ରାତିତମାମ ପ୍ରତାରିତ ଛାତ୍ରଛାତ୍ରୀଙ୍କ ଧାରଣା! ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଗରେ ଅନଶନ ଜାରି

22

କନକ ବ୍ୟୁରୋ: ରାତିତମାମ ଧାରଣାରେ ବସି ରହିଲେ ପ୍ରତାରିତ ଛାତ୍ରଛାତ୍ରୀ । ଆଇଟିଇଆର କ୍ୟାମ୍ପସ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି । କ୍ୟାମ୍ପସ ଗେଟରେ ତାଲା ପଡିଥିବା ବେଳେ ବାହାରେ ପିଲାମାନେ ଅନଶନରେ ବସି ରହିଛନ୍ତି ।

ଆଜିି ସୁଦ୍ଧା କର୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ନନେଲେ ଆଇନ୍ ଅମାନ୍ୟ କରାଯିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି । କ୍ୟାମ୍ପସ ପରିସରରେ ଏବେ ବି ଚାପା ଉତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସକୁ ବ୍ୟାପକ ପୋଲିସ ଜଗି ରହିଛନ୍ତି ।

ସୋଆ ବିଶ୍ୱବିଦ୍ୟାଳୟକୁ ପ୍ଲେସମେଂଟ୍ ପାଇଁ ଆସିଥିବା ୯ଟି କମ୍ପାନୀ ତିନି ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଚୟନ କରି ଚାକିରି ପାଇଁ ଅଫର ଲେଟର ଦେଇଥିଲେ । କିନ୍ତୁ ପରେ ଜଣାପଡିଲା ଏସବୁ ଅଫର ଲେଟର ନକଲି ଥିଲା । ଏହି ଘଟଣା ପରେ ଛାତ୍ରଛାତ୍ରୀ ମାନେ ତାତି ଉଠିଥିଲେ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ପ୍ରତିବାଦ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –