୧ ନମ୍ବର ଶିକ୍ଷାନୁଷ୍ଠାନର ୨ ନମ୍ବର ଧନ୍ଦା : ନିଯୁକ୍ତି ଡ୍ରାମା ନେଇ ସୋଆ କ୍ୟାମ୍ପସରେ ହଙ୍ଗାମା

31

କନକ ବ୍ୟୁରୋ : ମିଛ କମ୍ପାନୀ ମିଛ ଚାକିରି । କେନ୍ଦ୍ର ସରକାରଙ୍କ ଶ୍ରେ୍ଷ୍ଠ ଶହେ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର ୧ ନମ୍ବର ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଶ୍ୱବିଦ୍ୟାଳୟକୁ ପ୍ଲେସମେଂଟ୍ ପାଇଁ ଆସିଥିବା ୯ଟି କମ୍ପାନୀ ତିନି ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଚୟନ କରି ଚାକିରି ପାଇଁ ଅଫର ଲେଟର ଦେଇଥିଲେ । କିନ୍ତୁ ପରେ ଜଣାପଡିଲା ଏସବୁ ଅଫର ଲେଟର ନକଲି ଅଫର ଲେଟର ଥିଲା । ଆଉ ଏହି ଘଟଣା ପରେ ଛାତ୍ରଛାତ୍ରୀ ମାନେ ତାତି ଉଠିଥିଲେ । ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ପ୍ରତିବାଦ କରିଥିଲେ ।

ଆଉ ଯେତେବେଳେ ସତ୍ୟ ସାମ୍ନାକୁ ଆସିଲା-ନିଯୁକ୍ତିର ବିକଳ୍ପର ବାହାନା କରି ଦୁର୍ବଳତା ଲୁଚେଇବାକୁ ପ୍ରୟାସ କରିଛନ୍ତିି ୟୁନିଭର୍ସିଟି କର୍ତୃପକ୍ଷ । ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଟିଚିଂ ଆସିଟାଣ୍ଡ ଭାବେ ନିଯୁକ୍ତି ସହ ମାସକ ୨୦ ହଜାର ଷ୍ଟାଇଫେଣ୍ଡ କିମ୍ବା ‘ସୋଆ’ରେ ଉଚ୍ଚଶିକ୍ଷା ନେଲେ ବିନା ଦେୟରେ ଗୋଟିଏ ବର୍ଷ ପାଠପଢ଼ାର ଅଫର ଦେଇଛନ୍ତି କର୍ତୃପକ୍ଷ ।