ଆଇଟିଇଆର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ର କଂଗ୍ରେସର ଦାବି

23

କନକ ବ୍ୟୁରୋ : ଆଇଟିଇଆର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକ ବାଇକ ରାଲି କରାଯାଇଛି । ମୁଖ୍ୟମନ୍ତ୍ରୀ ବାସଭବନ ଆଡକୁ ବାଇକ ରାଲି ଯିବା ବେଳେ ପୁଲିସ ଅଧାବାଟରେ ଅଟକାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୈଷୟିକ ମନ୍ତ୍ରୀ ଉଷା ଦେବୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହା ସହ ଘଟଣାର ଭିଜିଲାନ୍ସ ତଦନ୍ତ ସହ ସୋଆର ମାଲିକଙ୍କୁ ଗିରଫ ଦାବି କରିଛନ୍ତି ଛାତ୍ର କଂଗ୍ରେସ ।