ଜାମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତ : ବରଫ ଚାଦର ତଳେ କୁଲୁ ମନାଲି, ମାଇନସ୍ ୬ଡିଗ୍ରୀ ତଳକୁ ଖସିଲା ହିମାଚଳର ତାପମାତ୍ରା

ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ପର୍ଯ୍ୟଟକ

90

କନକ ବ୍ୟୁରୋ : ବରଫଚାଦରରେ ଜାମ୍ମୁ-କାଶ୍ମୀର ଓ ହିମାଚଳ । କାଶ୍ମୀରରେ ପ୍ରବଳ ତୁଷାରପାତ ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଛି । ଜାତୀୟ ରାଜପଥକୁ ପରିଷ୍କାର କରାଯାଇଛି । ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ବରଫପାତ । ତାପମାତ୍ରା ମାଇନଓ ଜିରୋ ଡିଗ୍ରୀ ତଳକୁ ଖସିଥିବା ବେଳେ ପାର୍ବତ୍ୟ ଇଲାକା ବରଫଚାଦର ତଳେ ଯେପରି ଢାଙ୍କି ହୋଇରହିଛି ।

ବୁଧବାର ରାତିରୁ ବରଫପାତ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ମନାଲିରେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶର ସିମଲା ଜିଲ୍ଲାର ନାରକୋଣ୍ଡା, କିନୌର୍ ଜିଲ୍ଲାର ସାଙ୍ଗଲା ଓ କୁଲୁର ସୋଲଙ୍ଗ ଘାଟିରେ ପ୍ରବଳ ବରଫପାତ ଦେଖିବାକୁ ମିଳିଛି । ମନାଲିରେ ଆଜି ସର୍ବନିମ୍ନ ତାପମାତ୍ରା ମାଇନସ୍ ୧.୨ ଡିଗ୍ରୀ ଓ ସିମଲାରେ ୩.୩ ଡିଗ୍ରୀ ସେଲସିଅସ୍ ଥିବା ପାଣିପାଗ ବିଭାଗ କହିଛି ।