ମେଡିକାଲରେ ଅଭାବନୀୟ ଚିତ୍ର ! ରୋଗୀଙ୍କ ସାର୍ଟ ପକେଟରୁ ବାହାରିଲା ସାପ

439

କନକ ବ୍ୟୁରୋ : ହସ୍ପିଟାଲରୁ ବୃଦ୍ଧଙ୍କ ସାର୍ଟ ଭିତରୁ ବାହାରିଲା ସାପ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଲୋମଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ର ଅହମ୍ମଦାନଗରର ଜିଲ୍ଲା ହସ୍ପିଟାଲରେ । ଜିଲ୍ଲା ସିଭିଲ ହସ୍ପିଟାଲରେ ରାତିରେ ଶୋଇଥିବା ସମୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସାର୍ଟ ଭିତରେ ଏକ ସାପ ପଶିଯାଇଥିଲା । ଆଉ ଏହାକୁ ଦେଖିଥିଲେ ସେଠାରେ ଉପସ୍ଥିତ ଥିବା ନର୍ସ । ରୋଗୀ ଜଣକ କଡେଇକି ଶୋଇଥିବାବେଳେ ତାଙ୍କ ପଛପାଖ ସାର୍ଟ ଭିତରେ ସାପଟି ପଶିଯାଇଥିଲା ।

ଏହା ଦେଖିବା ପରେ ନର୍ସମାନେ ସଂପୃକ୍ତ ରୋଗୀ ସର୍ମ୍ପକୀୟଙ୍କୁ ନଡାକିି ସ୍ନେକ ହେଲ୍ପଲାଇନ ଟିମକୁ ଖବର ଦେଇଥିଲେ । ଆଉ ସ୍ନେକ ହେଲ୍ପଲାଇନ ଟିମର ସଦସ୍ୟ ଘଟଣାସ୍ଥରେ ପହଁଚି ସାପଟିକୁ ଉଦ୍ଧାର କରିଥିଲେ । ପାଖାପାଖି ରାତି ସାଢେ ୩ଟା ସମୟରେ ଏହି ଘଟଣା ଘଟିଥିଲା । ସାପଟି ବୃଦ୍ଧଙ୍କର କୌଣସି କ୍ଷତି କରିନଥିବା ଜଣାପଡିଛି ।