ମଧ୍ୟାହ୍ନଭୋଜନରେ ସାପ ! ଫରିଦାବାଦର ରାଜକୀୟ କନ୍ୟା ବରିଷ୍ଠ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ଅସୁସ୍ଥ

30

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରେ ସାପ । ଫରିଦାବାଦର ରାଜକୀୟ କନ୍ୟା ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସ୍କୁଲରେ ଛାତ୍ରୀଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରେ ଏକ ସାପ ମରି ପଡିଥିବାର ଦେଖିବାକୁ ମିଳିଥିଲା । ପରେ ତୁରନ୍ତ ଛାତ୍ରୀମାନଙ୍କୁ ଏହି ଖାଦ୍ୟ ଖାଇବା ପାଇଁ ବାରଣ କରାଯାଇଥିବା ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି ।

ତେବେ ସେହି ସମୟ ମଧ୍ୟରେ କେତେକ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇସାରିଥିଲେ । ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଖବର ପ୍ରଚଳିତ ହେବା ପରେ ଫରିଦାବାଦର ସବୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯାଇଥିଲା । ଏହି ଘଟଣା ସର୍ମ୍ପକରେ ଶିକ୍ଷା ବିଭାଗ ସହ ଖାଦ୍ୟ ଯୋଗାଣ କରୁଥିବା ସଂସ୍ଥାକୁ ଅବଗତ କରାଯାଇଥିବା ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି ।