ସିଡନୀରେ ଚମକିଲେ ଶିଖରଘାଟୀର ଝିଅ ! ରାଜ୍ୟ ଗୋଷ୍ଠୀ ଭାରତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଲେ ସ୍ନେହା

42

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ରାଜ୍ୟ ଗୋଷ୍ଠୀ ଭାରତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଗୌରବ ଆଣିଛନ୍ତି ସ୍ନେହା । ଆଉ ସୁନାଝିଅକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖେଳିଯାଇଛି ଖୁସିର ଲହରୀ । ନିଜ ନିଷ୍ଠା ଫଳରେ ଅଲିମ୍ପିୟାନ୍ ହେବାର ସ୍ୱପ୍ନ ଦେଖି ଏହାକୁ ସଫଳ କରିବାକୁ ଏବେ ପ୍ରସ୍ତୁତି ଚଲାଇଛନ୍ତି ଏହି ୱେଟଲିଫଟର୍ ।

ସ୍ନେହା ସୋରେନ । ମୟୁରଭଂଜର ଏକ ଅଖ୍ୟାତ ପଲୀର ଏହି ଝିଅଙ୍କ କମାଲକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୟୁରଭଂଜର ଶିଖରଘାଟୀ ଗାଁର ଝାଟିମାଟି ଘରେ ଜନ୍ମ ହୋଇ ବି କେବେ ବି ନିଜକୁ କମ ଭାବିନାହାଁନ୍ତି । ଆଉ ସେଥିପାଇଁ ଭାରତ୍ତୋଳନରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବାର ନିଶା ନେଇ ସେ ଜୋରସୋରରେ ଲାଗିପଡିଥିଲେ । ଆଉ ସାତ ଦରିଆ ପାରିକରି ସୁଦୁର ଅଷ୍ଟ୍ରେଲିଆରେ ଭାରତ୍ତୋଳନ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଆଉ ଗାଁକୁ ସ୍ନେହା ଫେରିବା ପରେ ତାଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପାରଂପରିକ ନାଚଗୀତରେ ଗାଁକୁ ପାଛୋଟି ନେଇଥିଲେ ଗ୍ରାମବାସୀ । ଅନ୍ୟପଟେ ରାଜ୍ୟର ଅନେକ ଭାରତୋଳନ ସଂଗଠନ ଅଲିମ୍ପିକ ଆସୋସିଏସନ ସହିତ ଜଡିତ ହୋଇପାରିନଥିବାରୁ ସରକାରୀ ପ୍ରୋତ୍ସାହନ ମିଳିପାରୁନାହିଁ ।

ମୟୁରଭଂଜର ଏକ ଗାଁରେ ନିଜେ ଅଭ୍ୟାସ କରି ଏତେ ବଡ ଅର୍ନ୍ତଜାତିୟ ମେଡାଲ ଜିତିବା ଏକ ସାଧାରଣ କଥା ନୁହେଁ । ଯଦି ଏମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ମିଳିବ ତେବେ ଏହି ଝିଅମାନେ ଆହୁରି ଆଗକୁ ବଢିବେ ।