ଗ୍ରାହକ ମାନଙ୍କ ପାଇଁ ଅଫରର ପଶରା ଖୋଲିଲା ସ୍ନାପଡିଲ ! ୨୯୯ ଟଙ୍କାରୁ ଆରମ୍ଭ କରି ୧୯ ଶହ ଟଙ୍କା ମଧ୍ୟରେ ମିଳିବ ରିଲିଆନ୍ସ ୪-ଜି ଭଳି ଅନ୍ୟାନ୍ୟ ଫିଚର ଫୋନ ।

164

ଇ-କମର୍ସ ୱେବସାଇଟ ସ୍ନାପଡିଲ୍ ଗ୍ରାହକମାନଙ୍କ ପାଇଁ ତିନିଦିନ ପର୍ଯ୍ୟନ୍ତ ଫିଚର ଫୋନ ଫେଷ୍ଟିବାଲ ଆରମ୍ଭ କରିଛି । ଏହି ଫେଷ୍ଟିବାଲ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଛି । ଫେଷ୍ଟିବାଲରେ ଗ୍ରାହକ ମାନଙ୍କୁ ରିଲିଆନ୍ସ ଜିଓ, ମାଇକ୍ରୋ ମ୍ୟାକ୍ସ, ଆଇ କାଲ ଏବଂ ନୋକିଆ ଭଳି ବ୍ରାଣ୍ଡେଡ ସ୍ମାର୍ଟ ଫୋନ ୨୯୯ ଟଙ୍କାରେ ମିଳିପାରିବ ।

ସ୍ନାପଡିଲର ଏହି ଅଫର ମାତ୍ର ଆଉ ଗୋଟେ ଦିନ ପାଇଁ ରହିଛି । ଏହି ଫେଷ୍ଟିବାଲରେ ପ୍ରତି ଫିଚର ଫୋନ ଉପରେ ସ୍ନାପଡିଲ ଗ୍ରାହକ ମାନଙ୍କୁ ୫୭ ପ୍ରତିଶତର ଡିସକାଉଣ୍ଟ ଦେଉଛି । ସେପଟେ ଯଦି ଗ୍ରାହକ ମୋବାଇଲ ଅଡର କରିବା ସମୟରେ ଏସବିଆଇ ଡେବିଟ କାର୍ଡର ବ୍ୟବହାର କରୁଛି ତେବେ ଗ୍ରାହକଙ୍କୁ ଆଉ ୧୦ ପ୍ରତିଶତ ଆଡିସ୍ନାଲ ଛାଡ ମିଳିବ ।

ଏଥିରେ ଗ୍ରାହକଙ୍କୁ ଜିଓ ଫୋନ (୪ଜି) ମାତ୍ର ୧୫୦୦ ଟଙ୍କାରେ ମିଳିପାରିବ ଯାହାର ବଜାର ମୂଲ୍ୟ ୨,୫୯୯ ରହିଛି । ଠିକ ସେହିଭଳି ମାଇକ୍ରୋମ୍ୟାକ୍ସ ଭାରତ ୧,୯୪୫ ଟଙ୍କା, ନୋକିଆ-୧୫୦ ୧,୦୧୮ଟଙ୍କାରେ ମିଳିପାରିବ । କେବଳ ସେତିକି ନୁହେଁ ଏହି ଫେଷ୍ଟିବାଲରେ ହୋମ ବେସ୍ଡ ମୋବାଇଲ ଆଇ-କାଲର ମଡେଲ୍ସ କେ-୩୩୧୦, କେ-୭୧, କେ-୭୨, କେ-୧୧ ଏବଂ କେ-୬୬ ଗୁଡିକ ଡିସ୍କାଉଣ୍ଟ ପ୍ରାଇସ ସହିତ ଗ୍ରାହକଙ୍କୁ ୨୯୯ ଠାରୁ ଆରମ୍ଭ କରି ୫୯୮ ଭିତରେ ମିଳିପାରିବ । ଏହି ଡିଭାଇଜ ଗୁଡିକରେ ଫେକ କରେନ୍ସି ଡିଟେକ୍ଟର, ସୁପର ବ୍ୟାଟ୍ରି ଫିଚର, ଏଫଏମ ରେଡିଓ, ମ୍ୟୁଜିକ ପ୍ଲେୟର, ଡୁଆଲ ସିମ ଏବଂ ବ୍ଲ୍ୟୁଟୁଥ ଭଳି ଅନ୍ୟାନ୍ୟ ଫିଚର ମାନ ଉପଲବ୍ଧ ରହିବ ।