ଜ୍ୟେଷ୍ଠ ପୂର୍ଣ୍ଣିମାର ସ୍ନାନ ଯାତ୍ରା : ମହାପ୍ରଭୁଙ୍କ ସର୍ବଶ୍ରେଷ୍ଠ ଯାତ୍ରା

88

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରୀଜଗନ୍ନାଥଙ୍କ ସକାଶେ ଶ୍ରୀମନ୍ଦିରରେ ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହେଉଥିଲେ ହେଁ ସ୍ନାନ ଯାତ୍ରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନ୍ୟତମ ଶ୍ରେଷ୍ଠ ଯାତ୍ରା । ଏହି ଯାତ୍ରା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେଉଥିବାରୁ ଏହାକୁ ଜ୍ୟେଷ୍ଠ ସ୍ନାନ ,ଦେବସ୍ନାନ କିମ୍ବା ମଂଚ ସ୍ନାନ ବୋଲି କୁହାଯାଏ । ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କ ଜନ୍ମ ଦିବସ । ତେଣୁ ଏହି ଯାତ୍ରା ମହାପ୍ରଭୁଙ୍କ ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ଆଜି ପୁରୀରେ ମହାପ୍ରଭୁଙ୍କର ସେହି ସ୍ନାନ ଯାତ୍ରାର ଅପୂର୍ବ ମୁହୂର୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କର ଗହଳି ।