ସ୍ନାନବେଦୀରେ ଜଗାକୁ ଛୁଇଁ ପାରିବେନି ଭକ୍ତ

143

ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ହାତୀବେଶରେ ଜଗାକୁ ଏଥର ଛୁଇଁପାରିବେନି ଭକ୍ତ । ଆଜି ନୀତି ସମନ୍ୱୟ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଜଗାକୁ ଛୁଇଁବା ଉପରେ ଲଗାଇଛି କଟକଣା । ଫଳରେ ସ୍ନାନ ଯାତ୍ରାରେ ଶ୍ରୀଜିଉଙ୍କୁ ସ୍ପର୍ଶ ନେଇ ଆରମ୍ଭ ହୋଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ । ତେବେ ମହାପ୍ରଭୁଙ୍କ ହାତୀବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏଥର ସ୍ୱତନ୍ତ୍ର ବ୍ୟାରିକେଡ କରିବାକୁ ଯୋଜନା କରାଯାଇଛି ।
ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତିକୁ ବିରୋଧ କରିଛି ଦଇତାପତି ନିଯୋଗ । ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ପରମ୍ପରାରେ ରହିଛି । ଏହା ଭକ୍ତଙ୍କ ଏକ ପ୍ରକାର ଅଧିକାର । ନୀତି ସମନ୍ୱୟ ବୈଠକରେ ଆଜି ୧୧ଟି ନିଯୋଗର କର୍ମକର୍ତା ଯୋଗ ଦେଇଥିଲେ । ହେଲେ ଦଇତାପତି ନିଯୋଗକୁ ଏହି ବୈଠକକୁ ଡକା ଯାଇନଥିଲା ।