ମେଡିକାଲ ଭିତରେ ସାପ : ଭଦ୍ରକ ମୁଖ୍ୟ ଡାକ୍ତରଖାନା ମହିଳା ୱାର୍ଡରୁ ନାଗସାପ ଉଦ୍ଧାର

39

କନକ ବ୍ୟୁରୋ : ମେଡ଼ିକାଲ ଭିତରେ ସାପ । ଏଭଳି ଦୁଇଗୋଟି ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ଓ ଭଦ୍ରକ ହସ୍ପିଟାଲରେ । ଭଦ୍ରକ ମୁଖ୍ୟ ଡାକ୍ତରଖାନା ମହିଳା ୱାର୍ଡରୁ ନାଗସାପ ମିଳିଥିବା ବେଳେ ବାରିପଦା ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚାମ୍ବରରେ ଲଗାଯାଇଥିବା ଏସି ଉପରେ ମଧ୍ୟ ସାପ ଦେଖିବାକୁ ମିଳିଛି । ଉଦ୍ଧାର ହୋଇଥିବା ଏହି ସାପ ବିରଳ ଫରଷ୍ଟେନ୍ କ୍ୟାଟ୍ ସ୍ନେକ୍ ପ୍ରଜାତିର କୁହାଯାଉଛି ।

ଏହାକୁ ନେଇ ଭୟ ଖେଳିଯାଇଥିବା ବେଳେ ସ୍ନେକ୍ ହେଲ୍ପଲାଇନ୍ ସହାୟତାରେ ସାପଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଆଜି ଭୋର ସମୟରେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ମହିଳା ୱାର୍ଡରେ ନାଗସାପ ଦେଖି କର୍ମଚାରୀ ତଥା ଆଟେଣ୍ଡାଂଟ୍ ଭୟଭୀତ ହୋଇପଡ଼ିଥିଲେ । ତେବେ ଉଭୟ ବାରିପଦା ଓ ଭଦ୍ରକରେ ସାପ ଧରାଯିବାପରେ ଡାକ୍ତରଖାନାର କାର୍ଯ୍ୟ ସ୍ୱାଭାବିକ ହୋଇଛି । ସେହିପରି ଭଦ୍ରକ ନଳାଙ୍ଗ ଥାନାର ବିଭୁତିପୁର ଗାଁରୁ ୧୨ଟି ନାଗସାପ ଉଦ୍ଧାର ହୋଇଛି । ଗତ କିଛି ଦିନ ହେଲା ସାରା ରାଜ୍ୟରୁ ସାପ ଉଦ୍ଧାର ହେବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।