ମନୁଷ୍ୟ ନୁହେଁ ଏଠି ଚାଲେ ସାପଙ୍କ ଶାସନ । ନାଗ ସାପଙ୍କ ଘରକୁ ଯିବାକୁ ସରକାର ଲଗାଇଛନ୍ତି ରୋକ ।

68

ବିଶ୍ୱରେ ଏଭଳି ଏକ ଦ୍ୱୀପ ରହିଛି ଯେଉଁ ସ୍ଥାନକୁ ଯିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଛି । । ବର୍ତ୍ତମାନ ଆପଣ ଭାବୁଥିବେ କାହିଁକି ସେହି ସ୍ଥାନକୁ ଯିବା ପାଇଁ ରହିଛି ପ୍ରତିବନ୍ଧକ । ଏହି ଦ୍ୱୀପ ସମୂହ ‘ନାଗ ସାପଙ୍କ ଘର’ବୋଲି କୁହାଯାଏ । ତେବେ ସେହି ବିରଳ ସ୍ଥାନଟି ହେଉଛି ବ୍ରାଜିଲର ‘ଇଲାହା ଦା କ୍ୟୁଇମାଦା’ ଦ୍ୱୀପ । ଏହା ‘ସାପଙ୍କ ଦ୍ୱୀପପୁଞ୍ଜ’ ଭାବେ ପରିଚିତ । କାରଣ ଏଠାରେ ବିଶ୍ୱର ସବୁଠାରୁ ଅଧିକ ସାପ ରହିଥାନ୍ତି ।

ସେହି ସ୍ଥାନରେ ମନୁଷ୍ୟ ରହିବା ତ ଦୂରର କଥା ସେଠାକୁ ଯିବା ପାଇଁ ବ୍ରାଜିଲ ସରକାରଙ୍କ ତରଫରୁ ରୋକ ଲଗାଯାଇଛି । ଏଠାକାର ସାପ ଏତେ ବିଷଧର ଯେ ସେମାନଙ୍କ ଦଂଶନରେ ମୃତ୍ୟୁ ସୁନିଶ୍ଚିତ । ବିଷ ଏତେ ଭରି ରହିଥାଏ ଯେ ଶରୀରର ରଙ୍ଗ ପରିବର୍ତ୍ତନ ହୋଇ କଳା ପଡିଯାଏ । ଦ୍ୱୀପରେ ଏଭଳି ପରିସ୍ଥିତି କିଛି ବର୍ଷ ମଧ୍ୟରେ ଘଟିଛି । ଏହି ଦ୍ୱୀପରେ ସାପ ଦେଖିବାକୁ ମିଳୁଥିଲେ ସିନା କିନ୍ତୁ ଏମାନଙ୍କ ସଂଖ୍ୟା ଏବଂ ପ୍ରକୋପ କମ ଥିଲା ।

ଏବେ ହାରାହାରି ୪,୩୦,୦୦୦ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଦ୍ୱୀପପୁଞ୍ଜରେ ୪ହଜାରରୁ ଅଧିକ ପ୍ରଜାତିର ଭୟଙ୍କର ସାପ ରହୁଛନ୍ତି । ଏହି ଦ୍ୱୀପପୁଞ୍ଜରେ ଏକ ଲାଇଟ ହାଉସ ମହଜୁଦ ଥିଲା ଏବଂ ଏହାର ଦେଖାଶୁଣା ଲାଗି ନିଯୁକ୍ତ କର୍ମଚାରୀ ନିଜ ପରିବାର ସହ ସେଠାରେ ରହୁଥିଲେ । ଏହି ଦ୍ୱୀପରେ ସାପଙ୍କ ସଂଖ୍ୟା ବଢୁଥିବାର କର୍ମଚାରୀ ଜାଣିପାରିଥିଲେ ।

ଥରେ ଏକ ବ୍ୟକ୍ତିଙ୍କ ଘର ଝରକା କାଚ ଅଚାନକ ଭାଙ୍ଗିଯାଇଥିଲା ଏବଂ ଅନେକ ସାପ ଏକାଥରେ ଘର ଭିତରକୁ ପସି ଆସିଥିଲେ ଏହା ଦେଖି ପୂରା ପରିବାର ଭୟଭୀତ ହୋଇପଡିଥିଲେ । ଘରୁ ବାହାରି ଦୌଡି କୂଳରେ ଲାଗିଥିବା ଏକ ନୌକାରେ ବସି ସେଠାରୁ ଚାଲିଯିବା ପାଇଁ ପ୍ରୟାସ କରିଥିଲେ । ଦୁଃଖର ବିଷୟ ଏହା ଯେ ଏହି ପ୍ରୟାସରେ ସଂପୂର୍ଣ୍ଣ ପରିବାର ବିଫଳ ହୋଇଥିଲା ।

ତା ପରଦିନ ସକାଳ କରିଣରୁ ବଂଚିତ ହେଲେ ପୂରା ପରିବାର । ନ୍ୟାଭିର ଏକ ଜାହାଜ ଯେତେବେଳେ ଏହି ପରିବାରକୁ ଦରକାରୀ ସାମଗ୍ରୀ ଦେବା ପାଇଁ ଦ୍ୱୀପରେ ପହଂଚିଥିଲା ଏହି ପରିବାରକୁ ପଡିଥିବାର ଦେଖି ସ୍ତବ୍ଧ ହୋଇଯାଇଥିଲା । କାରଣ ପରିବାରର ସମସ୍ତ ସଦସ୍ୟଙ୍କ ଶରୀର କଳା ପଡିଯାଇଥିଲା । ଏହାପରେ ହିଁ ଏହି ସାପଙ୍କର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା । ଏବଂ ଏହି ଦ୍ୱୀପରେ ଅବସ୍ଥିତ ଥିବା ଲାଇଟ ହାଉସକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି ।

‘ଇଲାହା ଦା କ୍ୟୁଇମାଦା’ଦ୍ୱୀପରେ ବିଦେଶୀ ପକ୍ଷୀଙ୍କ ଯାତାୟାତ କାରଣରୁ ହିଁ ସାପ ମାନଙ୍କ ସଂଖ୍ୟା ବଢୁଥିବାର ଅନୁମାନ କରାଯାଉଛି । ଏହା ବିଶ୍ୱର ଏଭଳି ଏକ ସ୍ଥାନ ଅଟେ ଯେଉଁଠି ମନୁଷ୍ୟ ନୁହେଁ ସାପମାନଙ୍କର ଶାସନ ଚାଲିଛି ।

ସୌଜନ୍ୟ : ଲାଇଫବେରି