ଆପଣ ଜାଣନ୍ତି କି? ଏପରି ଏକ ମନ୍ଦିର ଅଛି ଯେଉଁଠାରେ ସାପ ନେଇ ଆସି ଥାଆନ୍ତି ଭକ୍ତ

33

କନକ ବ୍ୟୁରୋ : ସାପକୁ ଦେଖିଲେ ଯେ କେହି ଲୋକ ଭୟଭୀତ ହୋଇ ଯାଇ ଥାଆନ୍ତି। କିନ୍ତୁ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ସାପକୁ ଧରିବା ପାଇଁ ଲୋକମାନେ ଖୋଜି ଥାଆନ୍ତି। ତେବେ ଏପରି କିରିବା ପଛରେ ବି ଲୋକମାନଙ୍କ ସ୍ୱାର୍ଥ ଲୁଚି ରହିଥିବା କଥା କୁହାଯାଇଛି। ଆସନ୍ତୁ ଜାଣିବା ଏମିତି କେଉଁସ୍ଥାନ ଅଛି ଯେଉଁଠାରେ ଲୋକମାନେ ସାପ ଖୋଜିବା ପାଇଁ ବାଧ୍ୟ ହୋଇ ଥାଆନ୍ତି।

 

ମିଆଁମାରର ଏକ ସହର ୟାଙ୍ଗୁନ୍ । ଏହି ସହରରେ ଏକ ହ୍ରଦ ରହିଛି, ଯାହାର ମଝାମଝିରେ ଏକ ବୌଦ୍ଧ ମନ୍ଦିର ରହିଛି। ଶହେରୁ ଊର୍ଧ୍ୱଲୋକ ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏଠାକୁ ଆସି ଥାଆନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଲୋକମାନେ ଏହି ମନ୍ଦିରକୁ ନିଜ ସହିତ ସାପ ନେଇକି ଆସି ଥାଆନ୍ତି। ଲୋକମାନଙ୍କ ବିଶ୍ୱାସ ରହିଛି ସାପକୁ ଏହି ମନ୍ଦିରରେ ଛାଡ଼ିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଥିପାଇଁ ମନ୍ଦିର ନାମ ସ୍ନେକ୍ ଟେମ୍ପଲ୍ ରଖା ଯାଇଛି। ମନ୍ଦିର ଚାରିଆଡେ ଅନେକ ସାପ ବୁଲୁଥିବାର ବି ସବୁବେଳେ ଦେଖିବାକୁ ମିଳିଥାଏ। ଏଠାକୁ ଆସୁଥିବା ଲୋକମାନଙ୍କୁ ଏହି ସାପ କୌଣସି କ୍ଷତି ବି ପହଞ୍ଚାନ୍ତି ନାହିଁ।