ଢମଣାକୁ ଗିଳିଲା ଅହିରାଜ : ମାଛ ଜାଲରେ ଛନ୍ଦି ହୋଇଥିବା ଢମଣାକୁ ଗିଳି ଦେଲା ଅହିରାଜ

32

କନକ ବ୍ୟୁରୋ : ଢମଣାକୁ ଗିଳିଲା ଅହିରାଜ । ଗଂଜାମ ବୁଗୁଡା ପଙ୍କାଲ ଗାଁରେ ପୋଖରୀରେ ବସାଯାଇଥିବା ଏକ ମାଛ ଜାଲରେ ଢମଣା ସାପ ପଡିଥିଲା । ଜାଲରେ ଛନ୍ଦି ହୋଇ ଢମଣାଟି ଛଟପଟ ହେଉଥିବା ବେଳେ ସେହି ବାଟ ଦେଇ ଯାଉଥିବା ୧୧ ଫୁଟ ଲମ୍ବର ଅହିରାଜ ଢମଣାକୁ ଗିଳିବାକୁ ଉଦ୍ୟମ କରିଥିଲା । କିନ୍ତୁ ଜାଲରେ ଛନ୍ଦି ହୋଇଥିବା ଢମଣାକୁ ଖାଇଲାବେଳେ ଅହିରାଜ ଦାନ୍ତରେ ବି ଜାଲ ଲାଗିଯାଇଥିଲା । ସ୍ନେକ ହେଲପ ଲାଇନ ସଦସ୍ୟ ଆଜି ଅହିରାଜଟିକୁ ଜାଲରୁ ମୁକୁଳାଇଥିଲେ । ଢମଣା ଓ ଅହିରାଜକୁ ଜାଲରୁ ମୁକୁଳାଇବାରେ ସ୍ନେକ ହେଲପ ଲାଇନକୁ ନାକେଦମ ହେବାକୁ ପଡିଥିଲା । ବହୁ କଷ୍ଟରେ ଅହିରାଜର ପାଟିରୁ ଢମଣାକୁ ଟାଣି ବାହାର କରାଯାଇଥିଲା ।

ମନ୍ଦିର ଭିତରୁ ନାଗ ଉଦ୍ଧାର । କେନ୍ଦ୍ରାପଡା କୋର ଜଗନ୍ନାଥ ମନ୍ଦିର ପରିସରରୁ ୧୭ଟି ନାଗ ସାପ ଉଦ୍ଧାର କରାଯାଇଛି । ମନ୍ଦିର ପରିସରରେ ନାଗ ସାପ ବୁଲୁଥିବା ଦେଖି ସ୍ଥାନୀୟ ବାସିନ୍ଦା ସ୍ନେକ ହେଲ୍ନ ଲାଇନକୁ ଖବର ଦେଇଥିଲେ । ପରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପ୍ରଫୁଲ୍ଲ ସ୍ୱାଇଁ ଜଗନ୍ନାଥ ମନ୍ଦିରରେ ପହଂଚି ସାପଗୁଡିକୁ ଉଦ୍ଧାର କରିଛନ୍ତି ।