ଘର ଭିତରୁ ମିଳିଲା ଅଜଗର ! କ୍ୟାମ୍ପସରୁ ମିଳିଲା ନାଗ, ବଢୁଛି ସାପ ଆତଙ୍କ ।

113

ଦିନକୁ ଦିନ ବଢୁଛି ସାପର ଆତଙ୍କ । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଗତକାଲି ଏକ ନାଗ ସାପ ଉଦ୍ଧାର କରାଯାଇଥିଲା । ସାମ୍ବାଦିକତା ଏବଂ ଗଣମାଧ୍ୟମ ବିଭାଗର ଲାଇବ୍ରେରୀ ଭିତରେ ସାପଟି ଆଲମାରି ତଳେ ପଶି ରହିଥିଲା । ସାପକୁ ଦେଖିବା ପରେ ଆତଙ୍କିତ ହୋଇଯାଇଥିଲେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ । ଏହା ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା । ପରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।

ସେପଟେ ମାଲକାନଗିରିରେ ଦେଖିବାକୁ ମିଳିଛି ଅଜଗର ଆତଙ୍କ । ଘର ଭିତରୁ ଉଦ୍ଧାର ହୋଇଛି ଅଜଗର । ମାଲକାନଗିରି ସହରର ସତ୍ୟମଗୁଡା ସାହିରୁ ଉଦ୍ଧାର ହୋଇଛି ଏକ ୬ ଫୁଟ ଲମ୍ବର ଏକ ଅଜଗର ସାପ । ଏହି ଅଜଗରଟି ଜଣେ ଲୋକଙ୍କ ଭିତରେ ପଶି ମାଟି କାନ୍ଥ ଉପରେ ଶୋଇ ରହିଥିଲା । ସକାଳୁ ଏହି ପରିବାରର ଛୋଟ ପିଲାମାନେ ପ୍ରଥମେ ସାପଟିକୁ ଦେଖି ଭୟଭୀତ ହୋଇ ପଡିଥିଲେ । ପରେ ତୁରନ୍ତ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଂଚିବା ପରେ ସାପଟିକୁ ଉଦ୍ଧାର କରିଥିଲେ ।