ଘର ଅଗଣାରେ ଅହିରାଜ! ନୟାଗଡ଼ ମାଛିପଡ଼ାରୁ ୮ ଫୁଟ ଲମ୍ବର ସାପକୁ ଉଦ୍ଧାର କଲା ସ୍ନେକ ରେସ୍କ୍ୟୁ ଟିମ୍

48

କନକ ବ୍ୟୁରୋ : ନୟାଗଡ଼ ସହର ଉପକଣ୍ଠ ମାଛିପଡ଼ାରେ ଅହିରାଜ ସାପ । ସାପଟିର ଲମ୍ବ ହେଉଛି ୮ ଫୁଟ । ୮ ଫୁଟ ଲମ୍ବର ଏହି ଅହିରାଜ ସାପଟି ଗାଁର ଜଣକ ଘର ପାଖରେ ଦେଖିବାକୁ ମିଳିଥିଲା । ଏହା ପରେ ଗାଁ ଲୋକ ତୁରନ୍ତ ନୟାଗଡ଼ ସ୍ନେକ ରେସ୍କ୍ୟୁ ସର୍ଭିସକୁ ଖବର ଦେଇଥିଲେ ।

ସାପ ଉଦ୍ଧାରକାରୀ ଟିମ୍ ଗାଁରେ ପହଁଚି ବନ ବିଭାଗ ସହ ଆଲୋଚନା କରିବା ପରେ ସାପଟିକୁ ଉଦ୍ଧାର କରିଥିଲେ । ଜଂଗଲ ଅସୁରକ୍ଷିତ ହେଉଥିବାରୁ ସାପଟି ଜନବସତି ଆଡକୁ ଚାଲିଆସିଥିବା କହିଛି ସ୍ନେକ ରେସ୍କ୍ୟୁ ସର୍ଭିସ । ସାପଟିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯିବ ବୋଲି କୁହାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –