କନକ ବ୍ୟୁରୋ: ଭଦ୍ରକ ଧାମନଗର ପାଇକସାହି ଶତାଧିକ ନାଗଛୁଆ ଉଦ୍ଧାର ଘଟଣାରେ ନାଗ ଓ ନାଗୁଣୀକୁ ଆଜି ଉଦ୍ଧାର କରିଛି ସ୍ନେକ ହେଲପ ଲାଇନ । ଗତକାଲି ଘର ଭିତରୁ ଉଦ୍ଧାର ହେଇଥିଲା ଶହେରୁ ଅଧିକ ନାଗ ସାପ । ଗାଁର ବିଜୟ ଭୂୟାଁଙ୍କ ଘରୁ ଶତାଧିକ ନାଗସାପ ଛୁଆ ଉଦ୍ଧାର ହୋଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ଘର ଭିତରୁ ଶହେରୁ ଅଧିକ ନାଗ ସାପକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ବେଳେ ନାଗସାପଙ୍କୁ ଦେଖିବା ପାଇଁ ବିଜୟ ଭୂୟାଁଙ୍କ ଘର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଉଲ୍ଲେଖ ଥାଉ କି, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପାଇକ ସାହିଁ ଗାଁରେ ଗତକାଲି ଦେଖିବାକୁ ମିଳିଥିଲା ଏପରି ଏକ ଘଟଣା, ଯାହା ସମସ୍ତଙ୍କର ହୋସ୍ ଉଡାଇ ଦେଇଥିଲା । ଲୋକ ଚଳପ୍ରଚଳ ଥିବା ଏକ ଘର ଭିତରୁ ବାହାରିଥଇଲେ ଘର ଶହେରୁ ଅଧିକ ନାଗ ସାପ । ପାଇକସାହି ଗାଁର ବିଜୟ ଭୂୟାଁଙ୍କ ପତ୍ନୀ ରାତିରେ ଉଠିଥିବା ବେଳେ ତାଙ୍କ ଗୋଡରେ କିଛି ଗୋଟାଏ ଜିନିଷ ଲାଗି ସଲସଲ ହେଲା ଭଳି ଅନୁଭବ ହୋଇଥିଲା। ଏହା ପରେ ସେ ତାଙ୍କ ପୁଅକୁ ଡାକ ପକାଇ ଥିଲେ। ତା’ପରେ ଘର ଲୋକେ ଲାଇଟ୍ ଲଗାଇବା ପରେ ସାପ ଥିବା ଦେଖିବାକୁ ପାଇଥିଲେ। ଗୋଟିଏ କି ଦୁଇଟି ନୁହେଁ, ଘରୁ ଶହେରୁ ଅଧିକ ଛୋଟବଡ଼ ନାଗସାପ ରହିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଭଦ୍ରକର ସ୍ନେକ ହେଲପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ଘର ଭିତରୁ ଶହେରୁ ଅଧିକ ନାଗ ସାପକୁ ଉଦ୍ଧାର କରି ଥିଲା ।