କେଉଁଠୁ ଆସିଲେ ଶହ ଶହ ନାଗ ? ଭଦ୍ରକ ଧାମନଗର ନାଗବଂଶ ରହସ୍ୟ ଉପରୁ ଉଠୁଛି ପରଦା

58

କନକ ବ୍ୟୁରୋ : ଭଦ୍ରକ ଧାମନଗରର ନାଗବଂଶକୁ ନେଇ ଫିଟୁଛି ରହସ୍ୟ । ତିନି ଦିନ ଭିତରେ ଏହି ଅଂଚଳର ଦୁଇ ଜଣଙ୍କ ଘରୁ ପ୍ରାୟ ଦେଢଶହ ନାଗ ସାପ ଉଦ୍ଧାର କରାଗଲାଣି । ଆହୁରି ସାପ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧାମନଗରର ଏହି ଅଂଚଳରୁ ଏତେ ସଂଖ୍ୟାରେ ନାଗ ସାପ ମିଳିବା ନେଇ ରହସ୍ୟ ବଢିବାରେ ଲାଗିଛି । ଗତ ତିନି ଦିନ ଧରି ପାଇକସାହିର ଝାଟିମାଟିର ଏହି ଚାଳ ଘରୁ ମିଳିଥିଲା ପ୍ରାୟ ୧୩୦ଟି ନାଗସାପ ଛୁଆ ।

ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଘର ଭିତରୁ ତିନିଟି ବଡ ନାଗନାଗୁଣୀକୁ ବି ଉଦ୍ଧାର କରିଥିଲେ । ସେହିପରି କଂଟାବଣିଆରୁ ୨୦ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି । ଦୁଇଟି ଘରୁ ଦେଢଶହରୁ ଅଧିକ ନାଗ ସାପ ମିଳିବା ନେଇ ରହସ୍ୟ ବଢିବାରେ ଲାଗିଛି । କୁହାଯାଉଛି, ବିଲ ପାଖରେ ବର୍ଷ ବର୍ଷ ଧରି ମାଟି ଘର ଥିବାରୁ ସେଠାରେ ସାପ ରହିଥାଇପାରେ । ଏଥିସହ ଯେହେତୁ ଧାମନଗର ଅଂଚଳରେ ବନ୍ୟା କମ୍ ହୁଏ, ତେଣୁ ସେଠାରେ ଏତେ ସଂଖ୍ୟାରେ ସାପ ଦେଖାଯାଇଥାଏ ବୋଲି କୁହାଯାଇଛି ।