ଫ୍ଲାଗ ହୋଷ୍ଟିଂ ପାଇପରେ ସାପ ! ତ୍ରିରଙ୍ଗା ଉଡିବା କ୍ଷଣି ଫଣା ଟେକି ବାହାରକୁ ବାହାରିଲା ସାପ, ଜାଣନ୍ତୁ କେଉଁଠି

51

ଦେଶରେ ଧୂମଧାମରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ । କେବଳ ସ୍ୱାଧୀନତା ଦିବସ ନୁହେଁ ବରଂ ଆଜି ପୂରା ଦେଶରେ ନାଗପଞ୍ଚମୀ ମଧ୍ୟ ପାଳନ କରାଯାଇଛି । ଆଉ ଏସବୁ ଭିତରେ ମଧ୍ୟପ୍ରଦେଶର ବେତୁଲରେ ଏକ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ, ସ୍ୱାଧୀନତା ଦିବସ ପାଇଁ ବେତୁଲର ଏକ ସ୍କୁଲରେ ପତାକା ଉତ୍ତୋଳନ କରାଯାଉଥିବା ବେଳେ ହଠାତ୍ ଫ୍ଲାଗ ହୋଷ୍ଟିଂ ପାଇପରୁ ସାପ ବାହାରକୁ ଆସିଥିଲା । ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପତାକା ଉତ୍ତୋଳନ ହେବା କ୍ଷଣି ହଠାତ୍ କଳା ରଙ୍ଗର ଏକ ସାପ ପାଇପ ଉପରେ ପାଶ୍ୱର୍ରେ ଫଣା ଟେକି ବାହାରକୁ ଆସିଥିଲା । ତେବେ କିଛି ସମୟ ମଧ୍ୟରେ ପାଇପ ଉପରୁ ପାଶ୍ୱର୍ରୁ ସାପଟି ଖସି ତଳେ ପଡିବା ପରେ ପଳାଇ ଯାଇ୍ଥିଲା । ତେବେ ଏହି ଘଟଣା ପରେ ଲୋକମାନେ ଭୟଭୀତ ହୋଇଯାଇଥିଲେ । କେବଳ ମଧ୍ୟପ୍ରଦେଶ ନୁହେଁ ଓଡିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ପତାକା ଉତୋଳନ ପୂର୍ବରୁ ଫ୍ଲାଗ ହୋଷ୍ଟିଂ ପାଇପରୁ ବାହାରିଲା ନାଗ । ସ୍ୱାଧୀନତା ଦିବସ ଅବସରରେ ବାଙ୍କୀ ସ୍ୱୟଂଶାସିତ କଲେଜର ହଷ୍ଟେଲ କ୍ୟାମ୍ପସ ଭିତରେ ପତାକା ଉତୋଳନ ପାଇଁ ରଖାଯାଇଥିବା ପାଇପ ଭିତରୁ ନାଗ ବାହାରିଛି । ନାଗ ସାପଟି ବାହାରିବା ପରେ ତୁରନ୍ତ ସ୍ନେକ ହେଲପ୍ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲପ ଲାଇନ ସଦସ୍ୟ କଲେଜରେ ପହଚିଂ ପାଇପ ଭିତରୁ ସାପଟିକୁ ବାହାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିପାଇଁ ତାଙ୍କୁ ନାକେଦମ ହେବାକୁ ପଡିଥିଲା । ପାଖାପାଖି ୨ ଘଂଟାର ଅପରେସନ ପରେ ପାଇପ ଭିତରେ ପାଣି ଛାଡି ନାଗଟିକୁ ଉଦ୍ଧାର କରାଯାଇଥିଲା ।