ଦେଢ ଘଣ୍ଟା ଧରି ମହିଳାଙ୍କ ଗୋଡରେ ଗୁଡେଇ ହୋଇ ରହିଲା ନାଗ ! ଭଜନ କୀର୍ତ୍ତନ କଲେ ଉପସ୍ଥିତ ଲୋକେ, ଆଉ ତାପରେ…

30

ଦୃଶ୍ୟ ଏମିତି, ଯାହାକୁ ଦେଖିଲେ ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ହୋଇପଡିବେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟର କଲ୍ୟାଣଟୋଲା ଗାଁରେ । ଘଟଣାଟି ଥିଲା କିଛି ଏପରି, ଜଣେ ମହିଳା ସବୁଦିନ ଭଳି ନିଜର ସବୁ କାମ ସାରି ରାତିରେ ଶୋଇଥିଲେ । କିନ୍ତୁ ଯେତେବେଳେ ତାଙ୍କ ଆଖି ଖୋଲିଥିଲା, ସେତେବେଳେ ସେ ଯେଉଁ ଦୃଶ୍ୟ ଦେଖିଲେ ତାଙ୍କ ଲୋମ ଟାଙ୍କୁରି ଉଠିଥିଲା । ପୁତୁଲ ଦେବୀ ନାମକ ଏହି ମହିଳାଙ୍କ ନିଶ୍ୱାସ ଅଟକି ଯାଇଥିଲା, ଯେତେବେଳେ ସେ ଦେଖିଲେ ଗୋଟିଏ ସାପ ତାଙ୍କ ଗୋଡରେ ଗୁଡେଇ ହୋଇରହିଛି ଏବଂ ଫଣା ମେଲାଇ ବସିଛି । ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ସାପଟି ତାଙ୍କ ଗୋଡରେ ଗୁଡେଇ ହୋଇ ରହିଥିଲା । ଘଟଣା ସମ୍ବନ୍ଧରେ ଜଣାପଡିବା ପରେ ମହିଳାଙ୍କ ପରିବାର, ପରିଜନ ଏବଂ ପଡୋଶୀମାନେ ତାଙ୍କ ଜୀବନରକ୍ଷା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥିଲେ । କେବଳ ଏତିକି ନୁହେଁ ମହିଳାଙ୍କ ସୁରକ୍ଷାପାଇଁ ଭଜନ କୀର୍ତ୍ତନ ମଧ୍ୟ କରାଯାଇଥିଲା । ଆଉ ଏହା ପରେ ସେମାନଙ୍କ ପ୍ରାର୍ଥନା ଭଗବାନ ଶୁଣି ନେଇଥିଲେ । ଏବଂ ସାପଟି ମହିଳାଙ୍କୁ କିଛି କ୍ଷତି ନପହଞ୍ଚାଇ ପଳାଇଯାଇଥିଲା ।

ତେବେ ମହିଳାଜଣଙ୍କ ରାତିରେ ତଳେ ମଶାରି ଟାଙ୍ଗି ଶୋଇଥିଲେ । ଶୋଇବା ସମୟରେ ତାଙ୍କ ଗୋଡ ମଶାରି ବାହାରକୁ ଚାଲି ଯାଇଥିଲା । ରାତି ପାଖାପାଖି ୨ଟାରେ ହଠାତ ତାଙ୍କ ନିଦ ଭାଙ୍ଗିଯିବାରୁ ସେ ତାଙ୍କ ଗୋଡରେ କିଛି ହେଉଥିବା ଅନୁଭବ କରିଥିଲେ । ଏବଂ ଦେଖିଥିଲେ ଯେ, ଏକ ନାଗ ସାପ ତାଙ୍କ ଗୋଡରେ ଗୁଡେଇ ହୋଇ ରହିଛି ଏବଂ ଫଣା ମେଲାଇ ବସିଛି । ମହିଳାଜଣଙ୍କ ଡରି ଯାଇଥିଲେ ସତ କିନ୍ତୁ ନିଜ ଗୋଡ ହଲାଇନଥିଲେ । ଏହା ପରେ ବହୁତ କଷ୍ଟରେ ପାଟି କରିଥିଲେ । ତାଙ୍କୁ ପୁଅ ମାର ସ୍ୱର ଶୁଣି ଦୌଡି ଆସିଥିଲା ଏବଂ ଏଭଳି ଘଟଣା ତାଙ୍କୁ ବିବ୍ରତ କରିଦେଇଥିଲା । ଏହା ପରେ ସେ ଘରେ ସମସ୍ତ ଲୋକଙ୍କୁ ଉଠାଇଥିଲେ ଏବଂ ପାଖ ପଡୋଶୀମାନେ ମଧ୍ୟ ଘରକୁ ଦୌଡି ଆସିଥିଲେ । ପାଖାପାଖି ଦେଢ ଘଣ୍ଟା ପରେ ସାପଟି ଘରୁ ବାହାରି ପଳାଇ ଯାଇଥିଲା ।