ସାପ ପାଇଁ ରାସ୍ତାରେ ଅଟକିଲା ଗାଡି : ଉଭୟ ପାଶ୍ୱର୍ରେ ଶତାଧିକ ଲୋକ ଦେଖିଲେ କଳାନାଗ

59

କନକ ବ୍ୟୁରୋ : ରାଜପଥ ଉପରେ ଅଟକିଗଲା କଳାନାଗ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ରୋଡ । ଗତକାଲି ରାତି ପ୍ରାୟ ୭ଟା ୪୫ରେ ଯାଜପୁର ରୋଡରେ ଏହି କଳାନାଗ ରାସ୍ତା ଉପରକୁ ଆସିଯାଇଥିଲା । ଏହାକୁ ନେଇ କିଛି ସମୟ ପାଇଁ ରାସ୍ତାରେ ଅଟକିଯାଇଥିଲା ଗାଡିମୋଟର । କିଛି ସମୟ ପାଇଁ ଲୋକେ ମଧ୍ୟ ସାମନ୍ୟ ଆତଙ୍କିତ ହୋଇପଡିଥିଲେ । ତେବେ କିଛି ସମୟ ପରେ ସାପ ରାସ୍ତା ଅତିକ୍ରମ କରିଥିଲା ।

 

ଲୋକେ ମଧ୍ୟ ଗାଡିକୁ ଅଟକାଇ ସାପକୁ ନିରାପଦ ଭାବେ ରାସ୍ତା ପାର ହେଲା ଯାଏଁ ଅପେକ୍ଷା କରି ରହିଥିଲେ । ତେବେ ଅନେକ ସମୟରେ ଏପରି ଭାବରେ ରାସ୍ତାରେ ସାପ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଗତକାଲି ଏହା ଜଣାପଡିବା ପରେ ଅନେକ ଲୋକ ସାପ ଦେଖିବା ପାଇଁ ସେଠାରେ ଗତକାଲି ପହଚିଂ ଫଟୋ ଉଠାଉଥିବାର ଦେଖାଯାଇଥିଲା । ଗତ କିଛି ଦିନ ହେବ ସାରା ରାଜରେ ଏପରି ଭାବରେ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳୁଛି ।