ମଶାରି ଭିତରେ ଶୋଇଥିଲେ ମହିଳା . . . ପଶିଗଲା ଚନ୍ଦନ ବୋଡା, ଅଳ୍ପକେ ବର୍ତ୍ତିଲା ଜୀବନ

57

କନକ ବ୍ୟୁରୋ : ମଶାରି ଭିତରେ ସାପ । ଏଭଳି ଅଭାବନୀୟ ଘଟଣା ଘଟିଛିି ବାଙ୍କୀର ସାହାଡପଦା ପାଇକ ସାହିରେ । ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ଉଝି ଦେଇ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡା ପଶିଯାଇଥିଲା । ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା । ସଂପୃକ୍ତ ମହିଳା ସାପ କାମୁଡାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଉଝି ଦେଇ ପରିବାର ଲୋକଙ୍କୁ ଡାକିବା ପରେ ସାପକୁ ଅନ୍ୟତ୍ର ଘଉଡାଇ ଦିଆଯାଇଥିଲା ।

ସୂଚନା ଅନୁସାରେ ଉଝି ଦେଇ ବାରଣ୍ଡାରେ ମଶାରୀ ଟାଙ୍ଗି ଶୋଇଥିଲେ । ଆଉ ମଶାରୀ ଭିତରକୁ ସାପ ପଶିଯାଇଥିଲା । ତେବେ ସେ ନଜାଣି ପାରି ସାପ ଉପରେ ଗୋଡ଼ ଥୋଇ ଶୋଇଥିଲେ । ଅଚାନକ ମଶାରୀ ଭିତରେ କିଛି ଚଳପ୍ରଚଳ ହେଉଥିବାର ସେ ଅନୁଭବ କଲେ । ଡେରି ନକରି ତୁରନ୍ତ ପୁଅକୁ ଡାକିଥିଲେ । ତେବେ ତାଙ୍କ ପୁଅ ଆସି ଲାଇଟ୍ ମାରି ଦେଖିଲା ବେଳକୁ ସାପକୁ ଦେଖିପାରିଲେ । ଆଉ ସାପ ସେତିକିବେଳେ ଫଁ ଫଁ କରୁଥାଏ । ତେବେ ତୁରନ୍ତ ଉଠିଯାଇଥିବାରୁ ସାପ କାମୁଡ଼ାରୁ ରକ୍ଷା ପାଇଛନ୍ତି ଉଝି ଦେଇ ।