କୋବିରୁ ବାହାରୁଛି ସବୁଜ ସାପ ! କୋବି ସହ ମିଶିଯାଉଛି ରଙ୍ଗ ,କିଣିବା ପୂର୍ବରୁ ଭଲଭାବେ ପରଖନ୍ତୁ ନଚେତ୍ ଅକାଳରେ ଚାଲିଯିବ ଜୀବନ ।

389

ବହୁତ ଲୋକ କୋବି ଖାଇବାକୁ ପସନ୍ଦ କରନ୍ତି ଯଦି ଆପଣ ମଧ୍ୟ ଏହି ପରିବା ଖାଇବାକୁ ଭଲ ପାଆନ୍ତି ତେବେ କୋବି କିଣିବା ପୂର୍ବରୁ ଥରେ ଭଲଭାବେ ପରଖି କିଣନ୍ତୁ । କାରଣ ଏବେ କୋବି କିଣୁଥିବା ସମୟରେ ଜଣେ ଗ୍ରାହକଙ୍କ କୋବିରୁ ସାପ ଥିବା ଦେଖିବାକୁ ମିଳିଥିଲା । ଜଣେ ମହିଳା ବଜାରରୁ ପରିବା କିଣିବାକୁ ଆସିଥିବା ବେଳେ ତାଙ୍କ କୋବିରୁ ସାପ ଥିବା ଦେଖିବାକୁ ମିଳିଥିଲା । ମହିଳା ଜଣକ କୋବିକୁ ଘରକୁ ନେଇ କାଟିବା ବେଳେ ସେ ସାପକୁ ଦେଖି ଡରିଯାଇଥିଲେ । ଖାଇବା ପୂର୍ବରୁ ସାପ ବିଷୟରେ ଜଣାପଡିବାରୁ ସେ ମରଣ ମୁହଁରୁ ଫେରିଆସିଲେ । ଥରେ ଚିନ୍ତା କରନ୍ତୁ ଯଦି ସେ ଏହାକୁ ଖାଇଥାନ୍ତେ ତେବେ ତାଙ୍କ ଅବସ୍ଥା କ’ଣ ହୋଇଥାନ୍ତା ।

ବର୍ତ୍ତମାନ ଏବେ ପ୍ରଶ୍ନ ଉଠୁଛି ଯେ କୋବି ଭିତରକୁ ସାପ ଆସିଲା କେଉଁଠୁ ? ବେଳେବେଳେ ଏଭଳି ହୁଏ ଯେ ଡାଇରେକ୍ଟ ଗଛରୁ କୋବିକୁ ନ ଦେଖି ପ୍ୟାକ୍ କରାଯାଏ ଏବଂ ଠିକଣା ସ୍ଥାନକୁ ପଠାଇ ଦିଆଯାଏ । ହଜାର ହଜାର କୋବି ଭିତରୁ କେଉଁଥିରେ କ’ଣ ଅଛି ତାହା କେହି ମଧ୍ୟ କହିପାରିବେ ନାହିଁ । ତେଣୁ ଏହା ଗଛରୁ ହିଁ ରହିଥିବା କଥା କୁହାଯାଏ । ବେଳେବେଳେ ଏହା କୋବି ରଙ୍ଗର ଅର୍ଥାତ୍ ସବୁଜ ରଙ୍ଗର ସାପ ହୋଇଥାଏ । ଅନେକ ସମୟରେ ଏଭଳି ହୋଇଥାଏ ଯେ ରଙ୍ଗର ପରଖ ନ କରି ପାରି କେହି କେହି ଏହାକୁ ଖାଇ ମଧ୍ୟ ଦେଇଥାନ୍ତି । କିନ୍ତୁ ଏଭଳି ବିଷାକ୍ତ କୋବି ଯେ ଆପଣଙ୍କ ଜୀବନ ନେଇଯିବ ସେଥିରେ କୌଣସି ସନ୍ଦେହ ନାହିଁ । ବର୍ତ୍ତମାନ କୋବି କିଣିବା ପୂର୍ବରୁ ପ୍ରଥମେ ଭଲଭାବେ ଜାଞ୍ଚ୍ କରି ହିଁ କୋବି କିଣନ୍ତୁ ।