ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ! ମଣିଷ ହାତରୁ କ୍ଷୀର ପିଉଛି ସାପ

34

କନକ ବ୍ୟୁରୋ : ସାପକୁ କ୍ଷୀର ଭୋଗ । ନାଗ ପଂଚମୀ ଅବସରରେ ବିଭିନ୍ନ ଶିବାଳୟରେ ଜୀବନ୍ତ ନାଗସାପକୁ ଭକ୍ତମାନେ କ୍ଷୀର ପିଆଉଥିବାର ଚିତ୍ର ସାମ୍ନାକୁ ଆସିଛି । ଏପରିକି ଅନେକ ପ୍ରସିଦ୍ଧ ଶିବ ମନ୍ଦିର ସାମ୍ନାରେ ସାପ ଧରାଳିମାନେ ଧାଡିବାନ୍ଧି ବସିଥିବାର ଦୃଶ୍ୟ ଆଶ୍ଚର୍ଯ୍ୟ କରିଛି । ହିନ୍ଦୁ ଧର୍ମାବଲମ୍ବିଙ୍କ ବିଶ୍ୱାସ ଅନୁଯାୟୀ ନାଗପଂଚମୀରେ ସାପକୁ, ବିଶେଷ କରି ନାଗସାପକୁ କ୍ଷୀର ପିଆଇବାର ପରମ୍ପରା ରହିଥିବା ଭକ୍ତଙ୍କ ଯୁକ୍ତି । ଆଉ ସେଥିପାଇଁ ଭକ୍ତମାନେ ମଧ୍ୟ ଏମାନଙ୍କ ନିକଟକୁ ଆସି ପେଡିରେ ଥିବା ନାଗସାପକୁ ନିଜ ହାତରେ କ୍ଷୀର ପିଆଉ ଥିବା ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାର ପାଂଚଦିନ ପରେ ନାଗପଂଚମୀ ପଡୁଥିବାବେଳେ ବିଭିନ୍ନ ସ୍ଥାନରେ ନାଗର ପ୍ରତିମା କରି ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ବିଶେଷ କରି ଗ୍ରାମାଂଚଳଗୁଡିକରେ ଏହି ପର୍ବ ଖୁବ୍ ନିଷ୍ଠାର ସହ ପାଳନ କରାଯାଉଥିବାବେଳେ ଏବେ ବିଭିନ୍ନ ସହରରେ ମଧ୍ୟ ଶିବାଳୟ ସାମ୍ନାରେ ଏଭଳି ସାପଙ୍କୁ କ୍ଷୀର ଲାଗି କରିବା ଚର୍ଚ୍ଚାର ବିଷୟ ହୋଇଛି । ଉତ୍ତର ପ୍ରଦେଶ ଲକ୍ଷ୍ନୈାରେ ଥିବା ଏକ ଶିବାଳୟ । ଯେଉଁଠି ନିଜ ହାତରେ ସାପକୁ କ୍ଷୀର ପିଆଉଛନ୍ତି ଭକ୍ତମାନେ ।

ଜୀବନ୍ତ ସାପଙ୍କୁ ଧରିବା ଓ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ବେଆଇନ । ତେଣୁ ନାଗପଂଚମୀରେ ଲୋକେ ସାପର ପ୍ରତିମା ତିଆରି କରି ପୂଜା କରୁଥିବାର ଦେଖିବାକୁ ମିଳୁଥିବାବେଳେ ଏଭଳି ଜୀବନ୍ତ ସାପଙ୍କୁ ମନ୍ଦିର ସାମ୍ନାରେ ଭକ୍ତମାନେ କ୍ଷୀର ପିଆଇବାକୁ ନେଇ ଉଠିଛି ପ୍ରଶ୍ନ ।