ଭୁବନେଶ୍ୱର : ବେସିନ୍ ପାଇପରେ ଫସିଥିବା ନାଗର ମୃତ୍ୟୁ

35

କନକ ବ୍ୟୁରୋ : ବେସିନ୍ ପାଇପରେ ଫସିଥିବା ନାଗର ମୃତ୍ୟୁ । ଗତକାଲି ରାତି ପ୍ରାୟ ୧୨ଟା ବେଳେ ବାଲିଅନ୍ତାରୁ ପାଇପ୍ରେ ଫଶି ଯାଇଥିବା ସାପକୁ ଉଦ୍ଧାର କରିଥିଲେ ସ୍ନେକ ହେଲପ ଲାଇନ୍ ସଦସ୍ୟ । ସାପଟି ଏବେ ବି ପାଇପ୍ ଭିତରେ ଫସି ରହିଥିବା ବେଳେ ଆଜି ତାର ଚିକିତ୍ସା ଓୟୁଏଟିକୁ ଅଣାଯାଇଥିଲା । ଅପରେସନ କରାଯାଇ ପାଇପ୍ ଭିତରୁ ସାପ ମୁଣ୍ଡକୁ କଢିବା ପାଇଁ ଯୋଜନା ହୋଇଥିଲା । ହେଲେ ଅପରେସନ ଆଗରୁ ସାପଟିର ମୃତ୍ୟୁ ହୋଇଛି ।