ଆମେରିକାରେ ସାପ ଧରିବେ ଭାରତୀୟ ! ତାମିଲନାଡୁରୁ ଦୁଇଜଣ ସାପୁଆ କେଳାଙ୍କୁ ନିଆଯାଇଛି ଫ୍ଲୋରିଡା

47

କନକ ବ୍ୟୁରୋ : ଆମେରିକାରେ ସାପ ଧରିବେ ଭାରତୀୟ । ଫ୍ଲୋରିଡାର ଅଜଗରଙ୍କ ସଂଖ୍ୟା ବଢିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଭାରତରୁ ସାପ ଧରାଳି ନେଇଛି ଆମେରିକା । ସାପ ଧରିବାକୁ ତାମିଲନାଡୁରୁ ଦୁଇଜଣ ସାପୁଆ କେଳାଙ୍କୁ ନିଆଯାଇଛି ଫ୍ଲୋରିଡା । ଇରୁଲା ଆଦିବାସୀ ସଂପ୍ରଦାୟର ଦୁଇଜଣ ଯାଇଛନ୍ତି ଫ୍ଲୋରିଡା। ଫେବୃୟାରୀ ଶେଷ ଯାଏଁ ଫ୍ଲୋରିଡାରେ ସାପ ଧରିବେ । ଏଥିପାଇଁ ଏମାନଙ୍କୁ ପାରିଶ୍ରମିକ ବାବଦକୁ ମିଳିବ ୫୦ ଲକ୍ଷ ।

ଅଜଗର ସମେତ ଅନ୍ୟ ସାପକୁ ଧରିବା ପାଇଁ ସାପ ଧରାଳୀଙ୍କୁ ଯୋଗାଇ ଦିଆଯାଇଛି ଟ୍ରାନସ୍ଲେଟର୍ । ଏମାନେ ଦୁଇ ସପ୍ତାହରେ ୧୩ ଟି ଅଜଗର ଧରିସାରିଛନ୍ତି । ଅଜଗର ଧରିବାକୁ ଦୁଇଟି ଲାବ୍ରାଡର କୁକୁରବି ନିୟୋଜିତ କରାଯାଇଛି । ସାପ ଆକ୍ରମଣରେ ଅତିଷ୍ଠ ହୋଇପଡିଛନ୍ତି ଆମେରିକା ଫ୍ଲୋରିଡାର ଲୋକେ । ଅନେକ ସମୟରେ ସାପ କବଳରେ ପଡି ନଷ୍ଟ ହେଉଛି ଅନେକ ଜୀବନ ।