ବାଇକ ସବାରଙ୍କୁ ଉଡନ୍ତା ସାପର ଅତର୍କିତ ଆକ୍ରମଣ ! କ୍ୟାମେରାରେ କଏଦ ହେଲା ଦୃଶ୍ୟ

51

ଆମେ ଅନେକ ଥର ନିଜ ଘରେ ବସିଥିବା ସମୟରେ ଅଚାନକ କୌଣସି କୀଟ ପତଙ୍ଗ ଖସି ପଡିଲେ ଆମେ ଡରିଯାଉ । କିନ୍ତୁ ଯଦି ଏକ ସାପ ଆପଣଙ୍କୁ ଉଡି କି କାମୁଡିବା ପାଇଁ ଚେଷ୍ଟା କରେ ତେବେ ଆପଣଙ୍କୁ କେମିତି ଲାଗିବ ସେକଥା ଆପଣ ଅନୁଭବ କରି ପାରୁଥିବ । ଏମିତି ଏକ ନିହାତି ଅତର୍କିତ ତଥା ଅଭାବନୀୟ ଘଟଣା ଘଟିଛି ଥାଇଲାଣ୍ଡରେ ।

୧୭ ଅପ୍ରେଲରେ ୟୁଟ୍ୟୁବରେ ଅପଲୋଡ ହୋଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଥାଇଲାଣ୍ଡର ସଡକରେ ବାଇକରେ ଯିବା ସମୟରେ ଏକ ସାପ ହଠାତ ଡେଇଁ ତାଙ୍କୁ କାମୁଡିବା ପାଇଁ ଚେଷ୍ଟା କରେ । ସାପ ଏପରି ଆକ୍ରମଣ ଦେଖିଲେ ଆପଣଙ୍କୁ ଲାଗିବ ସାପଟି ଉଡି ବାଇକ ସବାରକୁ କାମୁଡିବା ପାଇଁ ଚାହୁଁଛି ।

ସୌଭାଗ୍ୟବଶତଃ ବ୍ୟକ୍ତି ଜଣକ ବଞ୍ଚି ଯାଇଛନ୍ତିି । ଏହି ଦୃଶ୍ୟକୁ ବାଇକ ସବାରଙ୍କ ଫଛରେ ଆସୁଥିବା କାରରେ ଆସୁଥିବା ଲୋକମାନେ କ୍ୟାମେରାରେ କଏଦ କରିଛନ୍ତି  । ୟୁଟ୍ୟୁବରେ ଅପଲୋଡ ହେବା ପରେ ଏହି ଭିଡିଓକୁ ୨୪ ଘଣ୍ଟା ମଧ୍ୟରେ ୩୨୧,୩୦୩ ଥର ଦେଖା ଯାଇଛି ।