ବ୍ୟାଙ୍କ୍ ଏକ ମେସେଜ କରିବ, ଭୁଲରେ ବି କରନ୍ତୁନି ଡିଲିଟ୍ ! ହରାଇପାରନ୍ତି ଜମା ଟଙ୍କା

52

ବ୍ୟାଙ୍କ ଖାତାଧାରୀ ସାବଧାନ । ଯଦି ଆପଣଙ୍କ ପାଖରେ ବ୍ୟାଙ୍କରୁ କିଛି ମେସେଜ ଆସୁଛି ତେବେ ଜାଣି ତୁରନ୍ତ ଡିଲିଟ୍ କରନ୍ତୁ ନାହିଁ । ଏପରି ରଖିଲେ ଖାତାରେ ଥିବା ଟଙ୍କା ହରାଇବା ପାଇଁ ପଡ଼ିବ । ପ୍ରକୃତକଥା ହେଲା ଆଜିକାଲି ଦେଶରେ ଅଧିକ ଅନଲାଇନ୍ ଟ୍ରାନଜାକ୍ସନ ଚାଲିଛି । ଆଉ ଅନଲାଇନ୍ ଟ୍ରାନଜାକ୍ସନରେ ଅନେକ ଲୋକ ଠକାମିର ଶିକାର ହେବା କଥା ମଧ୍ୟ ଶୁଣିବା ପାଇଁ ଆସୁଛି । ଲୋକଙ୍କୁ ଆରବିଆଇ ନାମରେ ମେଲ ଓ କଲ୍ ମଧ୍ୟ ଆସୁଛି । ଯାହାକୁ ନେଇ ସାଧାରଣ ଜନତା ଓ ସାଇବର ସେଲ ମଧ୍ୟ ଖୁବ ଚିନ୍ତାରେ ଅଛନ୍ତି । ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏକ କଡ଼ା ପଦକ୍ଷେପ ନେଉଛି ।

ଆରବିଆଇର ଜଣେ ଅଧିକାରୀଙ୍କ ଅନୁସାରେ ବ୍ୟାଙ୍କ ଲୋକଙ୍କୁ ଏକ ଏସଏମଏସ୍ ପଠାଇବା ଆରମ୍ଭ କରିଦେଇଛି । ଏହି ଏସଏମଏସରେ ଆର୍ଥିକ ନେଣଦେଣ ଓ ଆଇବିଆଇ ସହ ଜଡ଼ିତ ସୂଚନା ରହିଛି । ଯାହା ଉପରେ ଧ୍ୟାନ ନଦେଲେ ଆପଣ ଭବିଷ୍ୟତରେ କ୍ଷତିରେ ପଡ଼ିପାରନ୍ତି । ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ଠକାମିର ରକ୍ଷା କରିବା ପାଇଁ ‘ଆରବିଆଇ ବୋଲ ରାହା ହେ’ ନାମକ ଏକ ପ୍ରୋଜେକ୍ଟ ତିଆରି କରିଛନ୍ତି । ଆଉ ଏହି ପ୍ରୋଜେକ୍ଟ ଅନୁସାରେ ବ୍ୟାଙ୍କରୁ ଆସୁଛି ମେସେଜ୍ । ସାଧାରଣ ଲୋକଙ୍କ ସହ ଠକାମି ନହେବା ପାଇଁ ବ୍ୟାଙ୍କ ଏପରି ଏକ ପଦକ୍ଷେପ ନେଇଛି ।

ଏସଏମଏସ୍ ସହ ଏକ ହେଲ୍ପଲାଇନ୍ ନମ୍ବର ୮୬୯୧୯୬୦୦୦୦ ମଧ୍ୟ ଜାରି କରାଯାଇଛି । ଏହି ନମ୍ବରରେ ମିସଡ଼ କଲ୍ ଦେଇ ଲୋକେ କଲ ଓ ଇମେଲର ସତ୍ୟତା ଜାଣିପାରିବେ । ଏହି କଲ୍ ଦ୍ୱାରା ଆପଣଙ୍କୁୁ ନିବେଶ ସୁରକ୍ଷିତ ବିକଳ୍ପ ସୂଚନା ସହ ଚିଟପଣ୍ଡ ନେଇ ସାବଧାନ କରାଯିବ । ତେବେ ଆରବିଆଇ ତରଫରୁ ଏହା ପ୍ରଥମ କିମ୍ବା ଶେଷ ମେସେଜ ନାହିଁ । ଆଗକୁ ମଧ୍ୟ ଏପରି ଏସଏମଏସ୍ ଆସିବ, ଯାହାଦ୍ୱାରା ଆପଣ ଆଉ ଠକାମିର ଶିକାର ହେବେନାହଁ । ଏଥିପାଇଁ ଯେବେ ବି ଆରବିଆଇର କିଛି ମେସେଜ ଆସୁଛି ଧ୍ୟାନ ଦେଇ ପଢ଼ନ୍ତୁ ।