ବିଜେପୁର ମୈଦାନରେ ନବୀନଙ୍କୁ ୧୮ ବର୍ଷର ହିସାବ ମାଗିଲେ ସ୍ମୃତି ! କେନ୍ଦ୍ରମନ୍ତ୍ରୀ କହିଲେ, ବନବାସକୁ ଯାଇଛି ଓଡ଼ିଶାର ବିକାଶ

32

କନକ ବ୍ୟୁରୋ : ଗତ ପଂଚାୟତ ନିର୍ବାଚନ ପରେ ଉତ୍ସାହିତ ହୋଇ ପଡିଥିବା ବିଜେପି, ବିଜେପୁର ଦଖଲ ପାଇଁ ଜୋରଦାର ଉଦ୍ୟମ କରୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ତୀବ୍ର ହେଉଛି ବିଜେପିର ପ୍ରଚାର । ଗୋଟିଏ ପଟେ ବିଜେଡିର ନମ୍ବର ୱାନ୍ ଷ୍ଟାର କ୍ୟାମ୍ପେନର ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ଥିବା ବେଳେ, ପଛରେ ପଡିଯାଇନାହିଁ ବିଜେପି । ମୋଦି ସରକାରଙ୍କ ବଛା ବଛା ମନ୍ତ୍ରୀ କାଉଂଟର କରୁଛନ୍ତି ବିଜେଡିକୁ ।

bijepurବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି କହିଛନ୍ତି. ବିକାଶ, ବନବାସକୁ ଚାଲିଯାଇଛି । ଗତ ୧୮ ବର୍ଷ ହେଲା ନବୀନଙ୍କ ଶାସନକାଳରେ କୌଣସି ବିକାଶ ହୋଇପାରିନାହିଁ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୧୮ ବର୍ଷର ହିସାବ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଗାଇସିଲଟ ସମାବେଶରେ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକଙ୍କୁ । ଏପର୍ଯ୍ୟନ୍ତ ମୌଳିକ ସୁବିଧା ସୁଯୋଗରୁ ଓଡ଼ିିଶାବାସୀ ବଂଚିତ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ଓଡ଼ିଶାବାସୀଙ୍କ ନିକଟରେ ପହଁଚା ଯାଉନାହିଁ ବୋଲି ଅଭିଯୋଗ କରିବା ସହ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ଇରାନୀ । ସେହିପରି ବୁଣାକାର ଓ କୃଷକଙ୍କ ବିକାଶରେ ସରକାର ବାଧା ପହଁଚାଉଛନ୍ତି ବୋଲି ସେ କହିଛନ୍ତି । କେବଳ ସ୍ମୃତି ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ୧୮ ବର୍ଷ ହେଲା ଓଡ଼ିଶାରେ ନାହିଁ ନାହିଁର ସରକାର ଚାଲିଛି ବୋଲି ଆକ୍ଷେପ କରିଛନ୍ତି ଧର୍ମେନ୍ଦ୍ର । ବିଜେପୁରରେ ପ୍ରମୁଖ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ବିଜେପୁର ବାଜି ଜିତିବାକୁ ଚାଲିଛି ସବୁ ଦଳର ପ୍ରାଣମୁର୍ଚ୍ଛା ଉଦ୍ୟମ ।