ଆମେଠିରେ ସ୍ମୃତି ଇରାନୀଙ୍କ ନିର୍ବାଚନୀ ପ୍ରଚାର ! ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ୍, ଆମେଠିବାସୀଙ୍କୁ ରାହୁଲ ଅପମାନ କରିଥିବା କଲେ ଅଭିଯୋଗ ।

147

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କହିଲେ ଆମେଠିର ଜନତାଙ୍କ ପ୍ରତି ଘୋର ଅପମାନ କରିଛନ୍ତି ରାହୁଲ । ୧୫ ବର୍ଷ ଧରି ଆମେଠି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ଶାସନ କରିବା ପରେ ଏବେ ଅନ୍ୟ କେଉଁ ଆସନରୁ ନିର୍ବାଚନ ଲଢ଼ି ଦଳକୁ ଜିତାଇବାକୁ ଚେଷ୍ଟା କରୁଛନ୍ତି ରାହୁଲ । ଆଗାମୀ ସମୟରେ ରାହୁଲଙ୍କୁ ଉଚିତ ଶିକ୍ଷା ଦେବେ ଆମେଠି ଜନତା । ରାହୁଲ ଯେଉଁମାନଙ୍କୁ ଧରି ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସେମାନେ ହିନ୍ଦୁ ଧର୍ମକୁ ନେଇ ଖରାପ ବୟାନ ଦେଇଥିଲେ ।

ଆର୍ଥିକ ଲାଭ ପାଇଁ ରାହୁଲ, ପ୍ରିୟଙ୍କା ୨ଜି ସ୍ୱେକ୍ଟ୍ରାମ ଦୁର୍ନୀତିରେ ଜଡ଼ିତ ଥିବା ଲୁଟେରାଙ୍କ ସାଥିରେ ଥିଲେ । ଏହା ସହ ୱାଏନାଡ଼ ଲୋକଙ୍କୁ ମଧ୍ୟ ସତର୍କ କରାଇଛନ୍ତି ସ୍ମୃତି । ଯଦି ସଂସଦୀୟ କ୍ଷେତ୍ରରେ ରାହୁଲଙ୍କୁ ଦେଖିବାକୁ ଚାହୁଁଛନ୍ତି ତେବେ ଆମେଠି ଆସି ଦେଖି ଯାଆନ୍ତୁ ବୋଲି ସ୍ମୃତି କହିଛନ୍ତି । ଦୁଇ ଦିନିଆ ଆମେଠି ଗସ୍ତରେ ଅଛନ୍ତି ସ୍ମୃତି ଇରାନୀ । ଚଳିତ ବର୍ଷ ଆମେଠିର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଚାର ପାଇଁ ଆଜି ପ୍ରଥମ ଥର ପାଇଁ ଆମେଠି ଗସ୍ତରେ ଅଛନ୍ତି ସ୍ମୃତି । ଏହି ଗସ୍ତରେ ସ୍ମୃତି ସଲୋନ କିସାନ ମୋର୍ଚ୍ଚାରେ ଯୋଗ ଦେବେ ।