ଛିଣ୍ଡିଗଲା ଚପଲ ! ସ୍ମୃତୀ ଈରାନୀଙ୍କ ଫୁଟପାଥ୍ ଫଟୋ ଭାଇରାଲ୍

51

ସବୁବେଳେ ଗଣମାଧ୍ୟମର ହେଡଲାଇନରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଈରାନୀ ଏବେ ପୁଣି ଚର୍ଚ୍ଚାରେ । ତେବେ ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ନିଜ ଦୟାଳୁ ମନୋଭାବ ପାଇଁ । ସ୍ମୃତୀଙ୍କ ଏହି ରୂପ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସେ ନିଜ ଚପଲ ମରାମତି ପାଇଁ ଜଣେ ମୋଚିଙ୍କୁ ୧୦ ଟଙ୍କା ପରିବର୍ତ୍ତେ ୧୦୦ଟଙ୍କା ଦେଇଥିଲେ ।

ଖବର ଅନୁସାରେ, ତାମିଲନାଡୁର କୋଏମ୍ବାତୁରରେ ଫ୍ଲାଇଟରୁ ଓହ୍ୱାଇବାବେଳେ ସ୍ମୃତୀଙ୍କ ଚପଲ ହଠାତ୍ ଛିଡି ଯାଇଥିଲା । ଆଉ ଏହାକୁ ସିଲେଇ କରିବା ପାଇଁ ନିକଟରେ ଥିବା ଜଣେ ମୋଚି ପାଖକୁ ଯାଇଥିଲେ ସେ । ସବୁଠାରୁ ମଜାଦାର ଦୃଶ୍ୟ ଥିଲା ଯେତେବେଳେ ଚପଲଟି ଦେଇସାରି ସ୍ମୃତୀ ପାଖରେ ଥିବା ଏକ ଷ୍ଟୁଲରେ ବସି ପଡିଥିଲେ । ତେବେ କାମ ଶେଷରେ ମୋଚି ଜଣକ କେବଳ ୧୦ଟଙ୍କା ପ୍ରାପ୍ୟ ମାଗିଥିଲେ । କିନ୍ତୁ ସ୍ମୃତୀ ତାଙ୍କୁ ୧୦୦ଟଙ୍କା ଦେଇଥିଲେ । ଯାହା ବଦଳରେ ମୋଚି ଜଣଙ୍କ ଆଉ ଅଧିକ ସଜାଡି ତାଙ୍କୁ ଚପଲଟି ଦେଇଥିଲେ ।

ସ୍ମୃତୀଙ୍କ ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଓ ପ୍ରଶଂସା ସାଉଂଟିଛନ୍ତି ଏହି କେନ୍ଦ୍ରମନ୍ତ୍ରୀ ।