ରାହୁଲ ଗାନ୍ଧି-ସ୍ମୃତି ଇରାନୀଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ ! ଜୟ ଶାହଙ୍କ ମାମଲାରେ ଯୁବରାଜଙ୍କ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀଙ୍କ ଜବାବ

116

କନକ ବ୍ୟୁରୋ : କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମତି ଇରାନୀଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ ତୀବ୍ର ହୋଇଛି । ସ୍ମୃତି ଇରାନୀ ଟ୍ୱିଟ କରି ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି-ଜାମିନରେ ଥିବା ଲୋକ କୋର୍ଟକୁ ବ୍ୟଙ୍ଗ କରୁଛନ୍ତି । କିନ୍ତୁ ମନେରଖ ଗୁଜରାଟରେ ବି ହାରିବ କଂଗ୍ରେସ ।

SmritiIraniଅମିତ ଶାହଙ୍କ ପୁଅ ଜୟଶାହଙ୍କ ନେଇ ରାହୁଲଙ୍କ ଟ୍ୱିଟଙ୍କ ଜବାବରେ ସ୍ମୃତି ଇରାନୀ ଏହି ଟ୍ୱିଟ କରିଛନ୍ତି । ରାହୁଲ ଟ୍ୱିଟ କରି ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଜୟ ଶାହ ମାମଲାରେ ପ୍ରଧାନମନ୍ତ୍ରୀ ନା କିଛି କହିବେ ନା କହିବାକୁ ଦେବେ । ଗୁଜରାଟରେ ଚଳିତବର୍ଷ ଶେଷସୁଦ୍ଧା ନିର୍ବାଚନ ହେବାର ଅଛି । ରାହୁଲ ଗାନ୍ଧି ମାରାଥନ ପ୍ରଚାର ଚଳାଇ ମୋଦିଙ୍କୁ ଓ ଅମିତ ଶାହଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପି ଓ ମୋଦି ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିବାରେ ପଛରେ ପଡିନାହାନ୍ତି ।

ତେବେ ବର୍ତ୍ତମାନ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବା ପାଇଁ କସରତ ଜୋରଦାର ହୋଇଛି । ମିଳିଥିବା ଖବର ଅନୁସାରେ, ଆସନ୍ତା ୨୪ ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇପାରନ୍ତି । ଆଜି ଏ ନେଇ ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ୧୦ ଜନପଥରେ ହେବାକୁ ଥିବା ବୈଠକରେ ରାହୁଲଙ୍କୁ ସଭାପତି କରିବା ଓ କଂଗ୍ରେସ ୱାର୍କିଙ୍ଗ କମିଟବୈଠକ ନେଇ ଏଜେଣ୍ଡା ପ୍ରସ୍ତୁତ କରାଯିବ ।

ସୁତ୍ର ଅନୁସାରେ, ୨୪ ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ଏକପ୍ରକାର ନିଶ୍ଚିତ । ଆଜିର ବୈଠକରେ ଏହା ଉପରେ ମୋହର ମରାଯିବ । ବିଭିନ୍ନ ରାଜ୍ୟର ପିସିସି ରାହୁଲଙ୍କୁ ସଭାପତି କରାଯିବା ନେଇ ପ୍ରସ୍ତାବ ପାଶ କରିସାରିଛନ୍ତି । ଗତ କିଛି ଦିନ ଧରି ରାହୁଲ ପ୍ରଚାର ଶୈଳୀରେ ପରିବର୍ତନ ଆସିଛି । ଗୁଜରାଟ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଆକ୍ରମଣ କରି ଚର୍ଚ୍ଚାରେ ଅଛନ୍ତି ଯୁବରାଜ । ଆଗାମୀ ହିମାଚଳ ଓ ଗୁଜରାଟ ବିଧାନସଭା ନିର୍ବାଚନ ରାହୁଲଙ୍କ ନେତୃତ୍ୱରେ ଲଢିବା ଲାଗି କଂଗ୍ରେସ ସ୍ଥିର କରିଛି ।