ସ୍ମୃତି ଦେଖାଇଲେ ସହାନୁଭୂତି । ରାସ୍ତାରେ ଅସୁସ୍ଥ ମହିଳାଙ୍କୁ ଦେଖି ନିଜସ୍ୱ ଆମ୍ବୁଲାନ୍ସରେ ନେଲେ ହସ୍ପିଟାଲ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ନିଜ ସଂସଦୀୟ କ୍ଷେତ୍ର ଅମେଥି ଗସ୍ତରେ ଯାଇଥିଲେ।

127

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ନିଜ ସଂସଦୀୟ କ୍ଷେତ୍ର ଅମେଥି ଗସ୍ତରେ ଯାଇଥିଲେ। ଏହି ସମୟରେ ଯେତେବେଳେ ତାଙ୍କ ଗାଡ଼ି ପଛେ ପଛେ ଅନ୍ୟ ସରକାରୀ ଗାଡ଼ିଗୁଡ଼ିକ ଧାଡ଼ି ହୋଇ ଯାଉଥିଲା ତାଙ୍କ ଆଖି ଏକ ଅସୁସ୍ଥ ମହିଳାଙ୍କ ଉପରେ ପଡ଼ିଥିଲା। ମହିଳାଙ୍କ ଅବସ୍ଥା ଦେଖି ସେ ଧାଡ଼ି ହୋଇ ଯାଉଥିବା ନିଜ ଗାଡ଼ିଗୁଡ଼ିକୁ ରାସ୍ତାର ଏକ ପାର୍ଶ୍ୱରେ ଅଟକାଇ ଦେଇଥିଲେ। ସେହି ଗାଡ଼ିଗୁଡ଼ିକ ମଧ୍ୟରେ ଆମ୍ବୁଲାନ୍ସ ବି ଥିଲା। ଏଥିରେ ସେ ଉକ୍ତ ମହିଳାଙ୍କୁ ନିଜ ଲାଗି ଉଦ୍ଦିଷ୍ଟ ଆମ୍ବୁଲାନ୍ବରେ ଡାକ୍ତରଖାନା ପଠାଇବାକୁ ବନ୍ଦୋବସ୍ତ କରିଥିଲେ। ଭିଡିଓରେ ଏହି ମହିଳା ଗମ୍ଭୀର ଭାବେ ଅସୁସ୍ଥ ଥିବା ଦେଖିବାକୁ ମିଳୁଛି, ଯିଏକି ଚଲାବୁଲା କରିବାର ଅସମର୍ଥ ରହିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି କି ସ୍ମୃତି ଇରାନୀଙ୍କ ଧାଡ଼ି ହୋଇଯାଉଥିବା ଗାଡ଼ିଗୁଡ଼ିକ ଗୋଟିଏ ସ୍ଥାନରେ ଅଟକି ରହିଛି। କିଛି ଲୋକ ଅସୁସ୍ଥ ମହିଳାଙ୍କୁ ଏକ ଚୌକିରେ ବସାଇ ତାଙ୍କୁ ଉଠାଇ ଆମ୍ବୁଲାନ୍ସରେ ଆଣି ଭର୍ତ୍ତି କରୁଛନ୍ତି। ସ୍ମୃତି ଇରାନୀ ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ରହି ଅସୁସ୍ଥ ମହିଳାଙ୍କ ପରିବାର ସହିତ ଆଲୋଚନା କରିବା ପରେ ଚିକିତ୍ସା ପାଇଁ କହୁଛନ୍ତି। ମହିଳା ଆମ୍ବୁଲାନ୍ସରେ ବସି ହସ୍ପିଟାଲ ଯିବା ପରେ ସ୍ମୃତି ଇରାନୀ ଆଗକୁ ବଢ଼ିଥିଲେ।