ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ : ଶ୍ରୀମନ୍ଦିର ପରିସରରେ ସଂପୂର୍ଣ୍ଣ ବାରଣ ହେବ ସ୍ମାର୍ଟଫୋନ

36

କନକ ବ୍ୟୁରୋ : ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ । ଶ୍ରୀମନ୍ଦିର ପରିସରରେ ସଂପୂର୍ଣ୍ଣ ବାରଣ ହେବ ସ୍ମାର୍ଟ ଫୋନ । କେବଳ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଶ୍ରୀମନ୍ଦିର ନୀଳଚକ୍ର ଲୋଗୋ ଥିବା ଫୋନ ମନ୍ଦିରକୁ ଯାଇପାରିବ ।

ଏହି କଟକଣାକୁ କଡାକଡି ଭାବେ ଲାଗୁକରିବା ନେଇ ସମସ୍ତ ସେବାୟତ ନିଯୋଗଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏପରିକି ନେତା, ମନ୍ତ୍ରୀ ବା ପ୍ରଶାସକ କେହି ମଧ୍ୟ ମନ୍ଦିର ଭିତରକୁ କ୍ୟାମେରା ଫୋନ ନେଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ମନ୍ଦିର ପରିସରରୁ ମୋବାଇଲ୍ ଫୋନ ଜବତ ହେଲେ ଆଉ ଫେରସ୍ତ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।