ମହଙ୍ଗା ହେବ ସ୍ମାର୍ଟଫୋନ୍ , ଟିଭି ଭଳି ଅନେକ ବୈଦୁତିକ ସାମଗ୍ରୀ ! ସରକାର ବୃଦ୍ଧି କଲେ ଆମଦାନୀ ଶୁଳ୍କ

29

ଏହି ଫେଷ୍ଟିଭ୍ ସିଜନରେ ଆପଣ ବି ଯଦି ଇଲେକଟ୍ରୋନିକ ସାମଗ୍ରୀ କିଣିବା ଅପେକ୍ଷାରେ ଅଛନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ । ଏଭଳି ହୋଇପାରେ ଯେ ଆଗକୁ ଏହି ସାମଗ୍ରୀ କିଣିବା ଆପଣଙ୍କ ପାଇଁ ସ୍ୱପ୍ନ ହୋଇଯିବ । ଅର୍ଥାତ୍ ଆଗକୁ ଏହି ସବୁ ଇଲେକ୍ଟ୍ରୋନିକ୍ ସାମଗ୍ରୀର ଦରଦାମ୍ ବଢିପାରେ । ତେବେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଦାମ୍ ବଢିବାର ମୁଖ୍ୟ କାରଣ ହେଉଛି ଚଳିତ ବର୍ଷ ଭାରତୀୟ ମୁଦ୍ରା ୧୪ ପ୍ରତିଶତ ତଳକୁ ଖସି ଆସିଛି । ତେବେ ଏଭଳି ସ୍ଥିତି ଆସିଗଲାଣି ଯେ ଆଗକୁ ମଧ୍ୟ ଦରଦାମ୍ ବୃଦ୍ଧି ହେବାର ସିଲସିଲା ଜାରି ରହିବ ।

ପୁଣି ସରକାର ବଢାଇଲେ ଇମ୍ପୋର୍ଟ ଡ୍ୟୁଟି :

ଏବେ ପର୍ଯ୍ୟନ୍ତ ଜଣାପଡିନି ଯେ କେଉଁ ସାମଗ୍ରୀରେ କେତେ ଇମ୍ପୋର୍ଟ ଡ୍ୟୁଟି ଲାଗିଛି କିମ୍ବା ବଢାଯାଇଛି । କିନ୍ତୁ ଭାରତ ସରକାର ଏଥିରେ ସ୍ମାର୍ଟୱାଚ୍ , ସ୍ମାର୍ଟଫୋନ୍ ସମେତ ଟେଲିକମ୍ ପ୍ରଡକ୍ଟ ଉପରେ ଇମ୍ପୋର୍ଟ ଜାରି କରିଛି । ଡିଜିଟାଲ୍ ଲାଇନ୍ ସିଷ୍ଟମର ଇମ୍ପୋର୍ଟ ଡ୍ୟୁଟିରେ ୧୦ ପ୍ରତିଶତରୁ ବଢାଇ ୨୦ ପ୍ରତିଶତ ଅର୍ଥାତ୍ ଦୁଇଗୁଣା କରାଯାଇଛି । ଏକ ରିପୋର୍ଟ ଅନୁସାରେ ଏଥିରେ ଭାରତୀୟ ଟେଲିକମ୍ କମ୍ପାନୀ ଯେଭଳି ରିଲାଏନ୍ସ ଜିଓ ଇଫୋକାମ୍ ,ଭାରତୀ ଏୟାରଟେଲ୍ ଏବଂ ଆଇଡିଆ ଉପରେ ପ୍ରଭାବ ପଡିବ । ଏଥିରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ LTE ନେଟୱାର୍କର ରୋଲ୍ ଆଉଟର ଗତି କମିଯିବ । ଏଥିରେ ଟାଟା ଟେଲିସର୍ଭିସେଜ ଯେଭଳି ଲୋକାଲ୍ ମାନ୍ୟୁଫେକଚର କିଛି ଲାଭ ମିଳିପାରେ । ଭାରତରେ ଅନ୍ୟ ଇଲେକ୍ଟ୍ରୋନିକ୍ ପ୍ରଡକ୍ଟ ଯେଭଳି ଟିଭି ଏବଂ ଅନ୍ୟ ସାମଗ୍ରୀ ଉପରେ ଡିସେମ୍ବର ମାସରୁ ଟ୍ୟାକ୍ସ ବଢାଯିବ । ଏହାପରେ ଫେବୃୟାରୀ ମାସରେ ବଜେଟ୍ ଅନୁସାରେ ୪୦ ଅତିରିକ୍ତ ଆଇଟମରେ ଡ୍ୟୁଟିକୁ ବଢାଇ ଦିଆଯିବ । ପୂର୍ବମାସରେ ଏସି,ଫ୍ରିଜ୍ ,ସ୍ପିକର୍ସ ସମେତ ୧୯ ଟି ଆଇଟମ୍ ର ଡ୍ୟୁଟି ବଢାଇ ଦିଆଯାଇଥିଲା ।