ଅଧିକ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଏହାର ଆଲୋକ ଆଖିପାଇଁ ସୃଷ୍ଟି କରୁଛି ବିପଦ ।

39

ସ୍ମାର୍ଟଫୋନ କିମ୍ବା ଅନ୍ୟ ଡିଜିଟାଲ ଡିଭାଇସର ବହୁଳ ବ୍ୟବହାର କରୁଥିବା ଲୋକମାନେ ସାବଧାନ ହୋଇଯାଆନ୍ତୁ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସ୍ମାର୍ଟଫୋନ ଏବଂ ଅନ୍ୟ ଡିଜିଟାଲ ଡିଭାଇସରୁ ବାହାରୁଥିବା ନୀଳ ଆଲୋକ ଆଖିପାଇଁ ବିପଦପୂର୍ଣ୍ଣ ହୋଇପାରେ । ଏଥିରେ ଦୃଷ୍ଟିହୀନତାର ହେବାର ଅନେକ ମାତ୍ରାରେ ସମ୍ଭାବନା ରହିଛି । ଏହି ଆଲୋକର ପ୍ରଭାବରେ ରେଟିନାର ପ୍ରମୁଖ ମୋଲିକ୍ୟୁଲ ସେଲ୍ ବିପଦ ହୋଇଯାଇପାରେ ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏହି ଡିଭାଇସରୁ ବାହରୁଥିବା ଆଲୋକ ଆପଣଙ୍କ ଆଖି ପାଇଁ ବିପଦ ଆଣିପାରେ । ୫୦ ରୁ ୬୦ ବର୍ଷିୟ ଲୋକମାନଙ୍କର ଆଖି ଦୁର୍ବଳ ହୋଇପାରେ । ଏହି ରୋଗ ଦ୍ୱାରା ରେଟିନାରେ ଫୋଟରିସେପ୍ଟର ସେଲ୍ସ ଶେଷ ହେବାରେ ଲାଗିଥାଏ । ଆମେରିକାର ଟୋଲେଡୋ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଅଜିତ କରୁଣାରତ୍ନେ କହିଛନ୍ତି, ଡିଭାଇସ ଗୁଡିକରୁ ବାହାରୁଥିବା ଆଲୋକ ନା କେବଳ ରେଟିନାକୁ କ୍ଷତିଗ୍ରସ୍ତ କରିଥାଏ ବରଂ ଏହା ଆମ ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏବଂ ଏଥିପାଇଁ ପରୀକ୍ଷଣ ହୋଇଥିବା ତଥ୍ୟ ମଧ୍ୟ ସେ ଉପସ୍ଥାପନ କରିଛନ୍ତି ।