ବେକ ଓ ମେରୁଦଣ୍ଡ ଯନ୍ତ୍ରଣାର ମୁଖ୍ୟ କାରଣ ସ୍ମାର୍ଟଫୋନ ! ଅତ୍ୟଧିକ ବ୍ୟବହାର ଯୋଗୁଁ ପଡ଼େ ପ୍ରଭାବ

119

ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ଦ୍ୱାରା ବେକ ଓ ମେରୁଦଣ୍ଡ ସର୍ବାଧିକ ପ୍ରଭାବିତ ହୋଇଥାଏ । ଅନେକ ସମୟ ଧରି ସୋସିଆଲ ମିଡିଆରେ ମଜି ରହିବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭବ ହୁଏ । ଆମେ ଫୋନ ବ୍ୟବହାର କରିବା ସମୟର ସାଧାରଣତଃ ଆଗକୁ ଝୁଙ୍କିବାକୁ ପଡେ । ଲଗାତାର ଭାବେ ଅଧିକ ସମୟ ମୁଣ୍ଡ ନୁଅାଁଇ ଫୋନ ଦେଖିବା ଦ୍ୱାରା ମେରୁଦଣ୍ଡଉ ପରେ ଚାପ ପଡେ ।

୧୫ ଡିଗ୍ରୀ ପର୍ଯ୍ୟନ୍ତ ମୁଣ୍ଡ ନୁଆଇ ଫୋନ ଦେଖୁଥିଲେ ମେରୁଦଣ୍ଡ ଉପରେ ୧୨ କିଗ୍ରା ଓଜନର ଚାପ ପଡେ । ୩୦ ଡିଗ୍ରୀ ପର୍ଯ୍ୟନ୍ତ ମୁଣ୍ଡ ନୁଆଁଇ ଫୋନ ଦେଖିଲେ ୧୮ କିଗ୍ରା ଓ ପଇଁଚାଳିଶ ଡିଗ୍ରୀ ପର୍ଯ୍ୟନ୍ତ ମୁଣ୍ଡ ନୁଅାଁଇଲେ ୨୨ କ୍ରିଗା ଓଜନ ପଡେ ।

ଚାରି ଘଣ୍ଟା ଫୋନ୍ ଓ ଲ୍ୟାପଟପ୍ ବ୍ୟବହାର କଲେ ବାର୍ଷିକ ସାତ ଶହରୁ ଚଉଦ ଶହ କିଗ୍ରା ଓଜନ ଜନିତ ଚାପ ବେକ ଓ ମେରୁଦଣ୍ଡ ଉପରେ ପଡେ । ମେରୁଦଣ୍ଡ ଏତେ ଓଜନ ଚାପ ସହିପାରେ ନାହିଁ । ତେଣୁ ଯଥାସମ୍ବବ କମ୍ ସ୍ମାର୍ଟଫୋନ ବ୍ୟବହାର କରିବା ଉଚିତ୍ ।