କେତେ ବିଶୁଦ୍ଧ କ୍ଷୀର, ଜଣାଇଦେବ ଆପଣଙ୍କ ମୋବାଇଲ୍ ଫୋନ୍ ।

189

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପିଇବାକୁ ଭଲ ପାଇଥାନ୍ତି । ଏପରିକି କ୍ଷୀରରେ ଅଧିକ ମାତ୍ରାରେ ପ୍ରୋଟିନ୍ ମଧ୍ୟ ରହିଛି । ତେବେ ଆପଣ ଜାଣିଛନ୍ତି କି, ଯେଉଁ କ୍ଷୀର ଆପଣ ପିଇଥାନ୍ତି, ସେଥିରେ କେତେ ମାତ୍ରାରେ କ୍ଷୀର ଥାଏ ଆଉ କେତେ ମାତ୍ରାରେ ପାଣି । ଆଗାମୀ ସମୟରେ ଏହାର ଯାଞ୍ଚ ମୋବଇଲ୍ ଫୋନ ଜରିଆରେ କରାଯାଇପାରିବ । ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞମାନେ ସ୍ମାର୍ଟ ଫୋନ ଉପରେ ଆଧାରିତ ଏମିତି ଏକ ସେନ୍ସରିଂ ସିଷ୍ଟମ ବିକଶିତ କରୁଛନ୍ତି, ଯାହାକି କ୍ଷୀରର ଶୁଦ୍ଧତାକୁ ବାରି ପାରିବ ।

ପ୍ରଥମ ଷ୍ଟେପ୍ ଅନୁଯାୟୀ, ଆଇଆଇଟିର ଟିମ୍ ଇଣ୍ଡିକେଟର ପେପର ଜରି୍ଆରେ କ୍ଷୀରର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଆଉ ଏହି ଇଣ୍ଡିକେଟର ପେପରର ରଙ୍ଗ କ୍ଷୀରରେ ଥିବା ଏସିଡିଟି ଆଧାରରେ ବଦଳିଥାଏ । ରିସର୍ଚ୍ଚ ଟିମ୍ ଏମିତି ଏକ ଫରମୁଲା ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ମୋବାଇଲ ଫୋନରେ ଇଣ୍ଡିକେଟର ପେପରରେ ବଦଳିଥିବା ରଙ୍ଗକୁ ଡିକୋଡ୍ କରିପାରିବ ।

ଏହି ରିସର୍ଚ୍ଚ ଆଇଆଇଟି ହାଇଦ୍ରାବାଦ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଫେସର ଶିବ ଗୋବିନ୍ଦ ସିଂହଙ୍କ ନେତ୍ୱତ୍ୱରେ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଭାରତରେ ୬୮.୭ ପ୍ରତିଶତ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟରେ ଅପମିଶ୍ରଣ ହୋଇଥାଏ । ଏଥିରେ ଡିଟରଜେଣ୍ଟ, ଗ୍ଲୁକୋଜ, ୟୁରିୟା, କାଷ୍ଟିକ୍ ସୋଡା, ହ୍ୱାଇଟ୍ ପେଣ୍ଟ୍ ଭଳି ସାମଗ୍ରୀ ମିଶିଥାଏ ।

Comments are closed.