ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ ଆପଣଙ୍କ ମୋବାଇଲ ! ମିଳିଲା ୧୨ ପ୍ରକାର ଜୀବାଣୁ, ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ ।

92

ମୋବାଇଲ ଫୋନ ଆଜିକାଲି ଲୋକମାନଙ୍କ ପାଇଁ ଆବଶ୍ୟକିୟ ଜିନିଷ ପାଲଟିଗଲାଣି । ସକାଳୁ ଉଠୁ ଉଠୁ ଅନ୍ୟ କୌଣସି କାମ କରିବା ପୂର୍ବରୁ ମୋବାଇଲକୁ ଆଗ ଦେଖିଥାଉ ଏବଂ ରାତିରେ ଶୋଇବାର ଶେଷ ସମୟରେ ପର୍ଯ୍ୟନ୍ତ ମଧ୍ୟ ହାତରେ ମୋବାଇଲ ରହିଥାଏ । କେବଳ ସେତିକି ନୁହେଁ ଆମେ ଖାଇବା ବେଳେ ମଧ୍ୟ ଗୋଟେ ହାତରେ ଖାଇବା ସହ ଅନ୍ୟ ହାତରେ ମୋବାଇଲକୁ ବ୍ୟବହାର କରିଥାଉ । କିନ୍ତୁ ଯଦି କୁହାଯାଏ ଆପଣଙ୍କ ମୋବାଇଲ ଫୋନ ଟଏଲେଟ ସିଟ୍ ଠାରୁ ବି ଅପରିଷ୍କାର ତେବେ ଆପଣ କଣ କରିବେ?

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ, ଟଏଲେଟ ସିଟ୍ ଠାରୁ ବି ଅଧିକ କିଟାଣୁ ମୋବାଇଲ ଫୋନରୁ ବାହାରିଥାଏ । ଇଂଲଣ୍ଡ ସ୍ଥିତ ଏକ ଗେଜେଟ ବିମା କମ୍ପାନୀ ଟୁ-ଗୋ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ଏକ ତୃତୀୟାଶଂ ରୁ ଅଧିକ ୟୁଜର୍ସ ମୋବାଇଲକୁ କୌଣସି ତରଳ ପଦାର୍ଥରେ ସଫା କରିନଥାନ୍ତି । ଯାହା ଫଳରେ ମୋବାଇଲରେ ଅଧିକ ମାତ୍ରାରେ କିଟାଣୁ ରହିଥାନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ପ୍ରତି ୨୦ ଜଣ ୟୁଜର୍ସଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ରତି ୬ ମାସରେ ଥରେ ମୋବାଇଲ ସଫା କରିଥାନ୍ତି । ଯାହା କି ଲୋକଙ୍କ ପାଇଁ ବହୁତ ଖତରନାକ ହୋଇଥାଏ । ମୋବାଇଲ ଉପରେ ଥିବା କିଟାଣୁ ଆପଣମାନଙ୍କୁ ଗମ୍ଭିର ରୋଗରେ ପକାଇପାରେ ।

ସ୍ମାର୍ଟ ଫୋନରୁ ଟଏଲେଟ ସିଟ୍ ଠାରୁ ଅଧିକ ଜୀବାଣୁ ମିଳିଛନ୍ତି । ଟଏଲେଟରେ ୩ ପ୍ରଜାତିର ଜୀବାଣୁ ମିଳୁଥିବା ବେଳେ ମୋବାଇଲରୁ ପ୍ରାୟ ୧୦-୧୨ ପ୍ରଜାତିର ଜୀବାଣୁ ଦେଖିବାକୁ ମିଳିଛି । ମୋବାଇଲ ସ୍କ୍ରିନ ଉପରୁ ଇ-କୋଲାଇ, ଏବଂ ଫିକଲ ଭଳି ଖତରନାକ ଜୀବାଣୁ ଦେଖିବାକୁ ମିଳିଛି । ଏହି ଜୀବାଣୁ ମୋବାଇଲରୁ ହାତକୁ ଚାଲିଯାଇ ଲୋକଙ୍କୁ ରୋଗାଗ୍ରସ୍ତ କରିଥାଏ । କିନ୍ତୁ ଆମେ ଏକଥାକୁ ଜାଣି ପାରିନଥାଉ ।

ବଞ୍ଚିବାର ଉପାୟ

ମୋବାଇଲକୁ ସ୍ୱଚ୍ଛ ରଖିବା ପାଇଁ ମୋବାଇଲକୁ ଟଏଲେଟ ନେଇ ଯାଆନ୍ତୁ ନାହିଁ । ମୋବାଇଲକୁ ନିୟମିତ ସାବୁନ ପାଣିରେ କପଡାକୁ ହାଲକା ଓଦା କରି ସଫା କରନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ମୋବାଇଲକୁ ସଫା କରିବା ସମୟରେ ଫୋନକୁ ଅଫ କରିଦେବା ଉଚିତ । ସଫା କରିବା ପାଇଁ ସାବୁନ ପାଣି ବ୍ୟତିତ କୋଲିନ-ସ୍ପ୍ରେ ମଧ୍ୟ ବ୍ୟବହାର କରିପାରିବେ ।