ଜୀବନ ନେଇଯିବ ସ୍ମାର୍ଟଫୋନ୍ ! କାର୍ ରେ ଫାଟିଲା ସ୍ମାର୍ଟଫୋନ୍ ମରୁ ମରୁ ବଂଚିଲେ ବ୍ୟବସାୟୀ ।

218

ଗୁରୁବାର ଦିନଟି ଜଣେ ବ୍ୟବସାୟୀଙ୍କ ପାଇଁ ଖରାପ ଦିନ ଥିଲା । ଏହି ବ୍ୟବସାୟୀ ଜଣକ କାରରେ ଅଫିସ୍ ଯାଉଥିବା ସମୟରେ ପାଖ ସିଟରେ ନିଜ ଫୋନ୍ ଟିକୁ ରଖିଥିଲେ । ଅନିଲ ନାୟର୍ ନାମକ ଏହି ବ୍ୟବସାୟୀଙ୍କ ଫୋନଟି ହଠାତ୍ ବ୍ଲାଷ୍ଟ୍ ହୋଇଯାଇଥିଲା । ପ୍ରଥମେ ତାଙ୍କ ଫୋନରୁ ଧୂଆଁ ବାହାରି ଥିଲା । ଧୂଆଁ ବାହାରିବାର ତୁରନ୍ତ ପରେ ସେ ଏହାକୁ ବାହାରକୁ ଫୋପାଡି ଦେଇଥିଲେ । ସେତେବେଳେ ହଠାତ୍ ଫୋନଟି ବ୍ଲାଷ୍ଟ ହୋଇଥିଲା ଏବଂ ନିଆଁ ଲାଗିଯାଇଥିଲା । ଅନିଲ କୁହନ୍ତି ଯେ ସେ ସବୁବେଳେ ଫୋନକୁ ପକେଟରେ ରଖି ଆସୁଥିଲେ । କିନ୍ତୁ ଭାଗ୍ୟବଶତଃ ସେ ସେଦିନ ସିଟରେ ହିଁ ଫୋନଟିକୁ ଛାଡି ଦେଇଥିଲେ । ଯଦି ଫୋନଟିକୁ ସେ ପକେଟରେ ରଖିଥାନ୍ତେ ତେବେ ତାଙ୍କୁ ଗମ୍ଭୀର ଆଘାତ ଲାଗିବାରୁ କେହି ବଂଚାଇ ପାରିଥାନ୍ତେ ନାହିଁ ।

ତେବେ ଆପଣ ବି ଯଦି ଫୋନରେ ଏଭଳି କିଛି ସମସ୍ୟା ଦେଖୁଛନ୍ତି ତେବେ ସତର୍କ ରୁହନ୍ତୁ । ଫୋନଠାରୁ ଦୂରେଇ ରହିବା ଆଜିକା ସମୟରେ ସମ୍ଭବ ନୁହେଁ । ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଭଳି ଫୋନ୍ ନଥିଲେ କେଉଁ କାମ ହେବନାହିଁ । କିନ୍ତୁ ନିଜେ ସତର୍କ ରହିଲେ ଏଭଳି ବିପଦରୁ ଆପଣ ନିଜକୁ ବଂଚାଇପାରିବେ । ଯଦି ଫୋନ୍ ଅଳ୍ପ ବ୍ୟବହାର ପରେ ଗରମ ହୋଇଯାଉଛି ତେବେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଯଦି ଧୂଆଁ ବାହାରୁଛି ତେବେ ଫୋନ୍ ଖୋଲିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ପକେଟରେ କେବେ ବି ଫୋନ୍ ଧରନ୍ତୁ ନାହିଁ ଏଥିପାଇଁ ଆପଣ କୌଣସି ବ୍ୟାଗ୍ ମଧ୍ୟ ବ୍ୟବହାର କରିପାରିବେ ।