ଶେଷ ହେବନି ସ୍ମାର୍ଟଫୋନର ବ୍ୟାଟେରୀ କ୍ଷମତା ! ଆପଣଙ୍କୁ କରିବା ପାଇଁ ପଡ଼ିବ ଗୋଟିଏ ଛୋଟିଆ କାମ

62

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ବୁଢ଼ା ଠାରୁ ପିଲାଯାଏ ସମସ୍ତେ ବ୍ୟବହାର କରୁଛନ୍ତି ସ୍ମାର୍ଟଫୋନ୍ । ଗୋଟିଏ ବି ଦିନ ସ୍ମାର୍ଟଫୋନ୍ ବିନା ଦିନ କାଟିବା ଯୁବପୀଢ଼ିଙ୍କ ପାଇଁ ମୁସ୍କିଲ ହୋଇପଡ଼ୁଛି । ତେବେ ସ୍ମାର୍ଟଫୋନରେ କାମ କରିବା ଯେତିକି ସହଜ ଆଉ ମଜାଦାର , ସ୍ମାର୍ଟଫୋନର ବ୍ୟାଟରୀ ରହିବା ସେତିକି ମୁସ୍କିଲ । ଲୋକଙ୍କୁ ଆକର୍ଷିକ କରିବା ପାଇଁ ଦିନକୁ ଦିନ ନୂଆ ଫିଚର ଆଉ ଆପ୍ ମାନ ବାହାରୁଛି । ଆଉ ଏଥିପାଇଁ ଫୋନରୁ ଶୀଘ୍ର ଶୀଘ୍ର ବ୍ୟାଟେରୀ ଶେଷ ହେଉଛି । ତେବେ ଆପଣ ଜାଣନ୍ତି କି ଏକ ଛୋଟ ସେଟିଂ କଲେ, ଆପଣଙ୍କ ସ୍ମାର୍ଟଫୋନର ବ୍ୟାଟେରୀ କ୍ଷମତା ବହୁତ ସମୟ ଧରି ଚାଲିବ । ଆଉ ଆପଣଲୋ ବ୍ୟାଟେରୀ ସମସ୍ୟାର ମଧ୍ୟ ମୁକ୍ତ ପାଇପାରିବେ । ଆସନ୍ତୁ ଜାଣିବା ସେହି ସେଟିଂ ବିଷୟରେ ଯଦ୍ୱାରା ଆପଣ ବ୍ୟାଟେରୀ କ୍ଷମତା ବଢ଼ିବ ଓ ସମସ୍ୟାରୁ ମୁକ୍ତି ଦେବ ।

ଯଦି ଆପଣଙ୍କୁ ନିଜ ସ୍ମାର୍ଟଫୋନର ବ୍ୟାଟେରୀ ବଂଚାଇବା ପାଇଁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ନିଜ ଫୋନର ଭାଇବ୍ରେଅସନକୁ ଟର୍ଣ୍ଣ ଅଫ୍ କରିଦିଅନ୍ତୁ । ପ୍ରକୃତ କଥା ହେଲା ଯେତେବେଳେ ଆମେ ନିଜ ଫୋନର କିବୋର୍ଡ଼ରେ ଟାଇମିିଂ ସେଟ୍ କରନ୍ତି, ସେତେବେଳେ ଆମ ଫୋନର ଭାଇବ୍ରେସନ ଅନ୍ ଥାଏ ଆଉ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୁଏ ।

ଏହା ବ୍ୟତୀତ ଆପଣ ସ୍ମାର୍ଟଫୋନରେ ଆମୋଲେଡ଼୍ ଡିସେପ୍ଲ ଅଛି, ତେବେ ଆପଣଙ୍କ ଫୋନର ବ୍ୟାକଗ୍ରାଉଣ୍ଡ କଲର କଳା ରଖନ୍ତୁ । ଏପରି କିରବା ଦ୍ୱାରା ବ୍ୟାଟେରୀ ବଂଚିବ । ସ୍ମାର୍ଟଫୋନରେ ଟ୍ରାକିଂ ଲୋକେସନ ବନ୍ଦ କରିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ବ୍ୟାଟେରୀ ବଂଚିବ । ପ୍ରକୃତକଥା ହେଲା ଅପାଣଙ୍କ ସ୍ମାର୍ଟଫୋନରେ ଯେତିକି ଆପ ରହିଛି, ସେଗୁଡ଼ିକ ଆପେଆପେ ଆପଣଙ୍କ ଲୋକେସନ ଟ୍ରାକ କରିପାରନ୍ତି । ଏପରିହେବା ଦ୍ୱାରା ଅଧିକ ଚାର୍ଜ ଖର୍ଚ୍ଚ ହୁଏ । ଏହାବ୍ୟତୀତ ଆଣ୍ଡ୍ରଏଡ଼୍ ଫୋନକୁ ନିୟମିତ ଅପଡ଼େଟ୍ କରନ୍ତୁ । ଏପରି କିରବା ଦ୍ୱାରା ବ୍ୟାକଅପ ଠାରୁ ଆରମ୍ଭ କରିି ସ୍ମାର୍ଟଫୋନର ଫରଫରମାନ୍ସ ସୁଧାରି ଯାଏ ।

ବ୍ୟାଟେରୀ ଲାଇଫ୍ ବଞ୍ଚାଇବା ପାଇଁ ଆପଣ ନିଜ ସ୍ମାର୍ଟଫୋନକୁ ଏରୋପ୍ଲେନ୍ ମୋଡ଼ରେ ମଧ୍ୟ ରଖିପାରିବେ । ତେବେ ଏପରି କିରବା ଦ୍ୱାରା ଆପଣ ଫୋନରେ କିଛି କରିପାରିବେ ନାହିଁ । ଆଉ ଏତିକି ସମୟ ଭିତରେ ଆପଣଙ୍କ ବ୍ୟାଟେରୀ ରେ ଲାଇଫ୍ ବଂଚିଯିବ । କିନ୍ତୁ ଏହି ସମୟରେ ଆପଣ ଭିଡ଼ିଓ କିମ୍ବ ଗୀତ ଚଳାଇପାରିବେ ।

ଏହା ବ୍ୟତୀତ ଫୋନରେ ବ୍ୟାଟେରୀ କୁ ଟର୍ଣ୍ଣ ଅଫ୍ କରିଦିଅନ୍ତୁ । ଏପରି କିରବା ଦ୍ୱାରା ଆପଣଙ୍କ ବ୍ୟାଟେରୀ ଲାଇଫ୍ ବଂଚିବ । ଏଥିପାଇଁ ଆପଣଙ୍କ sync ଯାଇ Settings > Google account auto-syncକୁ ଟର୍ଣ୍ଣଅଫ୍ କରିବା ପାଇଁ ପଡ଼ିବ । ଯଦି ଆପଣ ବ୍ୟାଟେରୀ ଲାଇଫ୍ ବଢ଼ାଇବା ପାଇଁ ଚାହୁଁଛନ୍ତି, ତେବେ ଫୋନରୁ ବେକାର ଆପ୍ ହଟାଇ ଦିଅନ୍ତୁ । ଏଥିରୁ ଗେମିଂ ଠାରୁ ଆରମ୍ଭ କରି ସପିଂ ସାଇଟ୍ ସବୁ ସାମିଲ ରହିଛି ।