ସାବଧାନ ! ଶିଶୁଙ୍କ ଅତ୍ୟଧିକ ଫୋନ୍ ବ୍ୟବହାର କରିବା କ୍ଷତିକାରକ । ପଢ଼ନ୍ତୁ ପୁରା ଖବର

178

ଆପଣଙ୍କ ଶିଶୁ ଯଦି ମୋବାଇଲ, ଟିଭି କିମ୍ବା ଇଣ୍ଟରନେଟ୍ ରେ ଆବଶ୍ୟକତା ଠାରୁ ଅଧିକ ସମୟ ବିତାଉଛନ୍ତି, ଯଦି ହୋଇଯାଆନ୍ତୁ ସାବଧାନ । ସମସ୍ତ ବିଶେଷଜ୍ଞଙ୍କ କହିବାନୁସାରେ, ପିଲାଙ୍କୁ ଡିଜିଟାଲ ଗେଜେଟ୍ସ ଠାରୁ ଯେତିକି ଦୂରେଇ ରଖିବ, ସେତେ ଭଲ ।

ଯଦି ଆପଣ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଅଧିକ ସତର୍କ ରହୁଛନ୍ତି ଓ ଏହା ଭାବି ପବ୍ଲିକ ଟଏଲେଟ୍ ବ୍ୟବହାର କରୁ ନାହାଁନ୍ତି, କାହିଁକିନା ସେଇଠି ଅଧିକ ଅଳିଆ ଓ ଭାଇରସ୍ ଥାଏ । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଟଏଲେଟ୍ ସିଟ୍ ଠାରୁ ମଧ୍ୟ ଅଧିକ ରୋଗଯୁକ୍ତ ଜିନିଷ ଆମ ଆଖପାଖରେ ଅଛି । ତାହା ହେଉଛି ମୋବାଇଲ ।

କ’ଣ ଆପଣ ଜାଣନ୍ତି କି ?

• ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ତାଙ୍କ ପିଲାଙ୍କୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ମୋବାଇଲ ଦେଇ ନଥିଲେ ।

• ଦୁନିଆକୁ ଆଇଫୋନ୍, ଆଇପ୍ୟାଡ୍ ଦେଉଥିବା ଷ୍ଟିଭ୍ ଜବ୍ସ ନିଜ ପିଲାଙ୍କୁ ଏଠାରୁ ଦୂରେଇ ରଖିଥିଲେ ।

• ସିଲିକନ୍ ଭ୍ୟାଲିରେ ପିଲଶଙ୍କୁ ନନ୍-ଟେକ୍ନୋ ସ୍କୁଲରେ ପଠାଇବାର ଟ୍ରେଣ୍ଡ ବଢ଼ିଛି ।

ଏ ବିଷୟ ପ୍ରତି ଧ୍ୟାନ ରଖନ୍ତୁ :

• ଫୋନ୍ ରେ ଅତ୍ୟଧିକ ଗୀତ ଶୁଣିବା, ଅଧିକ ଭିଡିଓ ଦେଖୁଥିବା ଶିଶୁଙ୍କୁ କହିବାରେ ବିଳମ୍ବ ହୁଏ ।

• ଧ୍ୟାନ କମିଯାଏ । ଆଖି ଶୁଷ୍କ ହୋଇଯାଏ । ମୋଟାପଣ ବଢ଼େ ।