ଲୋନ୍ ଦେବ ମୋବାଇଲ୍ ଆପ୍ ! ଜାଣନ୍ତୁ ସ୍ମାର୍ଟଫୋନର କିଛି ଏଭଳି ଆପ୍ ଯାହାଦ୍ୱାରା ଆପଣଙ୍କୁ ମିଳିପାରିବ ଲୋନ୍  । 

324

ଏହି ଡିଜିଟାଲ୍ ଯୁଗରେ କାମକୁ ସରଳ କରିବା ପାଇଁ ସମସ୍ତେ ଡିଜିଟାଲ୍ ପ୍ଲାଟଫର୍ମର ସହାୟତା ନେଇଥାନ୍ତି । ଏହି ପ୍ରଚଳନ ଅନୁସାରେ ଲୋନ୍ ନେବା ପାଇଁ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ନିଜ ଆପ୍ ଜରିଆରେ ଲୋକଙ୍କୁ ଆବଶ୍ୟକ ଦସ୍ତାବିଜ ଜମା କରି ଲୋନ୍ ଭଳି ସୁବିଧା ଉପଲବ୍ଧ କରିବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ଭିନ୍ନ ଭିନ୍ନ ବିକଳ୍ପ ମଧ୍ୟ ମିଳିଯିବ । ଯେମିତିକି ହୋମ୍ ଲୋନ୍ ,ବାଇକ୍ ଏବଂ କାର୍ ଲୋନ୍ ଏବଂ ବ୍ୟକ୍ତିଗତ ଲୋନ୍ ଆଦିର ଆବଶ୍ୟକତା ଆପଣଙ୍କୁ ଥିଲେ ଆପଣ ବି ଏଥିପାଇଁ ଏହି ଆପ୍ ବ୍ୟବହାର କରିପାରିବେ । ତେବେ ଏହି ଆପ୍ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଜାଞ୍ଚ୍ କରିବ । ଏହାଦ୍ୱାରା ଯଦି ଆପଣ ଲୋନ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ତେବେ ଆପଣଙ୍କୁ ଲୋନ୍ ମିଳିଯିବ । ତେବେ ଆସନ୍ତୁ ଏହି ଆପ୍ ବିଷୟରେ ଅଧିକ ଜାଣିବା ।

ପେ’ ସେନ୍ସ ଆପ୍ : ଏହି ଆପ୍ ଆପଣଙ୍କୁ ମେଡିକାଲ୍ ଏମରଜେନ୍ସି ଠାରୁ ନେଇ ସ୍ମାର୍ଟଫୋନ୍ କିଣିବା ପର୍ଯ୍ୟନ୍ତ ଲୋନ୍ ପ୍ରାପ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଆପର କିଛି ନିୟମ ବି ରହିଛି ଯେଉଁଥିରେ ଆବେଦକ ବେତନଭୋଗୀ କର୍ମଚାରୀ ହେବା ଦରକାର ଏବଂ ନିଜ ବ୍ୟାଙ୍କ୍ ଆକାଉଣ୍ଟରେ ୧୫,୦୦୦ ଟଙ୍କା ପ୍ରତିମାସ ଦରମା ରହିବା ଆବଶ୍ୟକ । ଆବେଦକଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ଭିତରେ ରହିବା ଆବଶ୍ୟକ । ଏହି ଆପ୍ ଅନୁସାରେ ସବୁ ସର୍ତ୍ତ ପୂରଣ ହେବା ପରେ ଏହା ୩ ରୁ ୪ ଦିନ ଭିତରେ ଲୋନ୍ ପ୍ରାପ୍ତ କରିଥାଏ । ଏହି ଆପରେ ଅନୁବନ୍ଧ ଏନବିଏଫସି ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ୍ କର୍ପୋରେସନ୍ ଆଇଆଇଏଫଏଲ୍ ସହ ରହିଛି । ଯାହା ଏକ ରିଜର୍ଭ ବ୍ୟାଙ୍କ ସମ୍ଭନ୍ଧ ସଂସ୍ଥା ।

ଏମ୍ ପକେଟ୍ ଆପ୍ : ଏପର୍ଯ୍ୟନ୍ତ ଏହି ଆପକୁ ୧ ଲକ୍ଷ ଲୋକ ଇନଷ୍ଟଲ୍ କରିସାରିଛନ୍ତି । ଏହି ଆପ୍ ଛାତ୍ରଙ୍କୁ ତାଙ୍କ ଆବଶ୍ୟକ ସମୟରେ ପେଟିଏମ୍ ରେ ଋଣ ରାଶି ପହଞ୍ଚାଇବା ପାଇଁ ଅନୁରୋଧ କରିଥାଏ ।

କ୍ୟାସେ (ଇନଷ୍ଟାଣ୍ଟ ପର୍ସନାଲ୍ ଲୋନ୍ ଆପ୍ ) : ଏହି ଆପ୍ ୧୦ ହଜାରରୁ ନେଇ ୨ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ଦେଇଥାଏ । ଏହି ଆପ୍ ର ସର୍ତ୍ତ ଅନୁସାରେ ଯଦି ଆବେଦକ ପୂର୍ଣ୍ଣ ରୁପରେ ଲୋନ୍ ନେବାପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ବିନା କୌଣସି କାଗଜରେ ତଥା ସ୍ୱଳ୍ପ ସମୟରେ ଆପଣଙ୍କ ଲୋନ୍ ର ଆବେଦନ ମଞ୍ଜୁର କରିଥାଏ । ଏବେପର୍ଯ୍ୟନ୍ତ ଏହି ଆପର ବ୍ୟବହାର ୫ ଲକ୍ଷରୁ ଅଧିକ ଲୋକ କରିସାରିଲେଣି । ଏହି ଆପ୍ ଆପଣଙ୍କ ଏନବିଏଫସି ସହ ସଂବନ୍ଧିତ ଭାନିକ୍ସ ଫାଇନାନ୍ସ ଏବଂ ଇନଭେଷ୍ଟମେଣ୍ଟ୍ ଲିମିଟେଡ୍ ରୁ ଲୋନ୍ ପ୍ରାପ୍ତ କରିଥାଏ ।

ଅପୱାର୍ଡ କ୍ୱିକ୍ ଲୋନ୍ ଆପ୍ : ଏହି ଆପ୍ ଆପଣଙ୍କୁ ୧୫,୦୦୦ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାପାଇଁ ଅନୁରୋଧ କରିଥାଏ । ଏହି କମ୍ପାନୀ ୟୁଜରଙ୍କୁ ଦୁଇଚକିଆ ବାହନ କିଣିବା ଏବଂ ଘର ପ୍ରସ୍ତୁତ କରିବା ପାଇଁ ଲୋନ୍ ଦେଇଥାଏ ।