ବିନା ସିଗନାଲରେ ସ୍ୱତନ୍ତ୍ର ଆପ୍ ଜଣାଇବ ଲୋକେସନ୍ ! ବିପଦ ସମୟରେ ପଠାଇବ ସଙ୍କେତ

49

ବିନା ସିଗନାଲରେ ସ୍ମାର୍ଟଫୋନ୍ ଆପ୍ ଜଣାଇବ ଲୋକେସନ । ପୀଡ଼ିତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସହାୟତା କରିବ । ବୈଜ୍ଞାନିକମାନେ ଏପରି ଏକ ନୂଆ ତଥା ଅତି ସାହାଯ୍ୟକାରୀ ଆପ୍ ବିକଶିତ କରିଛିନ୍ତି । ଏହି ଆପ୍ ସାହାଯ୍ୟରେ ଭୂମିକମ୍ପ, ବନ୍ୟା, ଜଙ୍ଗଲରେ ନିଅାଁ ଲାଗିବା ଆଦି ସମସ୍ୟା ସମୟ ତଥା ଜରୁୀକାଳୀନ ପରିସ୍ଥିତିରେ ଉପଯୋଗୀ ସାବ୍ୟସ୍ତ ହୋବ । ଏପରି ସମୟରେ ପ୍ରାୟ ସଂଚାର ସେବା ନଷ୍ଟ ହୋଇଯାଏ ବା ଅଚଳ ହୋଇଯାଏ । ଏଥିଯୋଗୁଁ ମୋବାଇଲ ଫୋନ୍ ମଧ୍ୟ କାମ କରିବା ବନ୍ଦ କରିଦିଏ । ତେବେ ଏହି ନୂଆ ଆପ୍ ଫୋନରେ ସିଗନାଲ ନଥିଲେ ମଧ୍ୟ ବିପଦରେ ଥିବା ଲୋକଙ୍କ ଠକଣା ବିଷୟରେ ସୂଚନା ଦେଇପାରିବ । ସ୍ପେନର ଡି ଏଲକେଣ୍ଟେ ୟୁନିଭର୍ସିଟିର ଅଧ୍ୟୟନକର୍ତ୍ତା ମାନେ ଏହି ଆପକୁ ବିକଶିତ କରିଛନ୍ତି ।

ଦୂରଦୁରାନ୍ତରରେ ଫସି ରିହିଥିବା ଲୋକଙ୍କ ଠିକଣା ଜାଣିବାରେ ସାହାଯ୍ୟ କରିବ ଏହି ଆପ୍ । ଆଉ ତାହା ବି ବିନା ସିଗନାଲରେ । ଏହି ଜ୍ଞାନକୌଶଳର ନିର୍ମାତା କହିଛନ୍ତି ଏହି ଆପ୍ କୌଣସିି ବି ସ୍ମାର୍ଟଫୋନରରେ ବ୍ୟବହାର ହୋଇପାରିବ । ବିନା ସିଗନାଲରେ ମଧ୍ୟ ୱାଇଫାଇ ସିଗନାଲ ପ୍ରଭାବିତ କରିବ ଏହି ଆପ୍ । ଯଦ୍ୱାରା ସମସ୍ୟାର ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସହଜ ହେବା ଓ ଅନେକ ପ୍ରାଣ ମଧ୍ୟ ବଞ୍ଚି ପାରିବ ।

ଏହା ବ୍ୟତୀତ ଅଧ୍ୟୟନକର୍ତ୍ତାମାନେ ବିପଦରେ ଥିବା ଲୋକଙ୍କ ଠିକଣା ଜାଣିବା ପାଇଁ ଏକ ପୋର୍ଟାବୁଲ ରିସେପ୍ଟର ତଆରି କରିଛନ୍ତି । ଉଦ୍ଧାରକର୍ତ୍ତା ଦଳ ଏହାର ବ୍ୟବହର କରିପାରିବେ । ଏଥିରେ ଏକ ଛୋଟ ଆଣ୍ଟିନା ଲାଗିଛି । ତେବେ ଏଥିପାଇଁ କୌଣସି ଦୁର୍ଘଟଣାରେ କିମ୍ବା ଆପାତତଃ କାଳରେ ପୀଡ଼ିତ ବ୍ୟକ୍ତିଙ୍କୁ କେବଳ ସ୍ମାର୍ଟଫୋନରେ ଏହି ଆପକୁ ସକ୍ରିୟ କରିବା ପାଇଁ ପଡ଼ିବ । ପୀଡ଼ିତ ବ୍ୟକ୍ତି ଅଚେତ ହୋଇଗଲେ ମଧ୍ୟ ଅନେକ ଘଂଟା ପର୍ଯ୍ୟନ୍ତ ଓ ଅନେକ ଦିନ ପର୍ଯ୍ୟନ୍ତ ନିୟମିତ ସମୟ ବ୍ୟବଧାନରେ ବିପଦର ସଙ୍କେତ ପଠାଉଥିବ ଏହି ଆପ୍ ।