ନଖ ଦେଖି ସ୍ମାର୍ଟଫୋନ୍ କହିବ ରୋଗ ! ଆପଣଙ୍କ ଶରୀର ରକ୍ତହୀନତାରେ ପ୍ରଭାବିତ ହୋଇଛି କି ନାହିଁ ଜଣାଇବ ସ୍ମାର୍ଟଫୋନ୍ । 

245

ଏବେ ଶରୀରରେ ରକ୍ତହୀନତା ରହିଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ପଡିବନି । ସ୍ମାର୍ଟଫୋନ୍ ଜରିଆରେ ହିଁ ଆପଣ ଜାଣିପାରିବେ ଯେ ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି କି ନାହିଁ । ଆମେରିକା ବୈଜ୍ଞାନିକଙ୍କ ମତରେ ସ୍ମାର୍ଟଫୋନ୍ ରେ ଏଭଳି ଏକ ଆପ୍ କୁ ପ୍ରସ୍ତୁତ କରାଯାଉଛି ଯେଉଁଥିରେ ରକ୍ତହୀନତା ତଥା ଏନିମିଆର ଅଭାବକୁ ବ୍ୟବହାରକାରୀ ଘରେ ବସି ଜାଣିପାରିବେ ।

ଏହି ଆପର ଖାସ୍ କଥା ହେଉଛି କି ଏଥିପାଇଁ କୌଣସି ରକ୍ତର ଜାଞ୍ଚ୍ କରିବା ଦରକାର ନାହିଁ ବରଂ ନିଜ ନଖର ଏକ ଫଟୋ ନେଇ ଆପ୍ ରେ ଲୋଡ୍ କରିବାକୁ ପଡିବ । ଆପ୍ ସେହି ଫଟୋ ମାଧ୍ୟମରେ ଶରୀରରେ ମହଜୁତ ଥିବା ହିମୋଗ୍ଲୋବିନ୍ ର ମାତ୍ରାକୁ କହିଦେବ । ଏହି ଆପକୁ ଆମେରିକାର ଇମୋରୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ରକ୍ତ ଜାଞ୍ଚ୍ ର ସଠିକ୍ ମାତ୍ରାକୁ ହିଁ ଏହି ଆପ୍ ଦେଖାଉଥିବାର ବୋଲି କହିଛନ୍ତି ଆମେରିକୀୟ ବୈଜ୍ଞାନିକ । ଏହି ଟେକ୍ନୋଲଜି ଏତେ ସହଜ ଯେ ଏହାକୁ ଯେ କେହିବି କେତେବେଳେ ବି ବ୍ୟବହାର କରିପାରିବେ । କିନ୍ତୁ ଗର୍ଭବତୀ ମହିଳା ଏବଂ ଖେଳାଳୀଙ୍କ ପାଇଁ ଏହି ଆପ୍ ବହୁ ଉପକାରୀ ।