କେବଳ ସ୍ମାର୍ଟଫୋନରେ ଉଠାଇବାକୁ ହେବ ନଖର ଫଟୋ, ଏହି ଆପ୍ ଜଣାଇଦେବ ଶରୀରରେ ରକ୍ତର ମାତ୍ରା

ଗର୍ଭବତୀ ମହିଳା ଏବଂ ଖେଳାଳୀଙ୍କ ମାମଲାରେ ଅଧିକ ସହାୟକ ହେବ ଏହି ଆପ୍ । 

241

ଏବେ ଶରୀରରେ ରକ୍ତର ଅଭାବ ବିଷୟରେ ଜାଣିବା ପାଇଁ ଆପଣଙ୍କୁ କୁଆଡେ ଯିବାକୁ ପଡିବନି । ଆପଣ ନିଜ ସ୍ମାର୍ଟଫୋନ୍ ଜରିଆରେ ହିଁ ଜାଣିପାରିବେ କି, ଆପଣଙ୍କ ଶରୀରରେ କେତେ ରକ୍ତ ଅଛି । ଆମେରିକୀୟ ବୈଜ୍ଞାନିକ ଏମିତି ଏକ ଆପ୍ ପ୍ରସ୍ତୁତ କରିଛନ୍ତି ଯେ, ରକ୍ତର ଅଭାବ ଅର୍ଥାତ୍ ଏନିମିଆ ବିଷୟରେ ସଠିକ୍ ସୂଚନା ମିଳିଯିବ ।

ଏହି ଆପ୍ ଏଥିପାଇଁ ବିଶେଷ ଯେ, ଏଥିପାଇଁ କୌଣସି ପ୍ରକାରର ରକ୍ତ ପରୀକ୍ଷାର ଆବଶ୍ୟକତା ହେବ ନାହିଁ ବରଂ ନଖର ଏକ ଫଟୋ ନେଇ ଆପରେ ଇନଷ୍ଟଲ କରିବାକୁ ହେବ । ଆପ ଫଟୋର ସହାୟତାରେ ରକ୍ତରେ ଥିବା ହିମୋଗ୍ଲୋବିନର ସଠିକ୍ ମାତ୍ରା ଜଣାଇବ । ଆପକୁ ଆମେରିକାର ଇମୋରୀ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକ ମାନେ ନିର୍ମାଣ କରିଛନ୍ତି । ଯାହା ବିଷୟରେ ବିଜ୍ଞାନର ଆବିଷ୍କାରର ବିଷୟରେ ସୂଚନା ଦେଉଥିବା ‘ଜର୍ନଲ ନେଚର କମ୍ୟୁନିକେସନ’୍ ରେ ଦର୍ଶାଯାଇଛି ।

ଏହା ଏକୁଟିଆ ଏମିତି ଏକ ଆପ୍ ଯାହା ସେତିକି ହିଁ ସଠିକ୍ ଆକଳନ ଦେବାରେ ସକ୍ଷମ ଅଛି, ଯେତିକି ହିଁ ରକ୍ତ ପରୀକ୍ଷାରେ ଆସେ । କେବଳ ଏଥିରେ ରକ୍ତର ବୁନ୍ଦା ବାହାର କରିବାକୁ ପଡେନି । ଏହି ଆପ୍ କେବଳ ସୂଚନା ପୂରଣ କରେ । ଏବଂ ଏହା ଦ୍ୱାରା କୌଣସି ପ୍ରକାରର ରୋଗ ଜଣାପଡିବନି । ଏହି ଟେକନୋଲୋଜି ଏତେ ସରଳ ଯେ, କେହି ବି କେବେ ବି ଏହାର ବ୍ୟବହାର କରିପାରିବେ । ଏହା ଗର୍ଭବତୀ ମହିଳା ଏବଂ ଖେଳାଳୀଙ୍କ ମାମଲାରେ ଅଧିକ ସହାୟକ ହେବ ।