ଆବିଷ୍କାର ହେଲା ସ୍ମାର୍ଟ ମୋଜା! ଭାରତର ଝିଅ କଲେ ସ୍ମାର୍ଟ ମୋଜାର ଆବିଷ୍କାର,କରିବ ଫିଜିଓଥେରାପିଷ୍ଟ୍ ଭଳି କାମ ।

44

ଭାରତର ମୂଳ ବୈଜ୍ଞାନିକ ଛାତ୍ରୀ ଗୋଡରେ ଲାଗିଥିବା ଆଘାତ ଏବଂ ଯନ୍ତ୍ରଣାକୁ ଉପସମ ଦେବା ପାଇଁ ଏକ ମୋଜା ପ୍ରସ୍ତୁତ କରିଛନ୍ତି । ଏହା କୌଣସି ମାମୁଲି ମୋଜା ନୁହଁ ବରଂ ସ୍ମାର୍ଟ ମୋଜା । ଅଷ୍ଟ୍ରେଲିଆର ସ୍କୁଲ ଅଫ୍ ଇଞ୍ଜିନିୟରିଂ ରେ ଅଧ୍ୟୟନରତ ପିଏଚଡି ସ୍କୋଲାର ଦିପ୍ତୀ ଅଗ୍ରୱାଲ୍ ଏହି ସ୍ମାର୍ଟ ମୋଜାର ଆବିଷ୍କାର କରିଛନ୍ତି । ଏହି ମୋଜା ଫିଜିଓଥେରାପିଷ୍ଟ୍ ଭଳି କାମ କରିଥାଏ । ଏହି ସ୍ମାର୍ଟ ମୋଜା ଗୋଡରେ ଲାଗିଥିବା ଛୋଟମୋଟ କ୍ଷତ ଏବଂ ଯନ୍ତ୍ରଣାରେ ଉପସମ ଦେବାରେ ସାହାଯ୍ୟ କରିଥାଏ ।

ଦିପ୍ତୀ ଏହି ମୋଜାର ନାଁ “ସୋଫି” ରଖିଛନ୍ତି । ଏହି ମୋଜାରେ ଏକ ଟେକ୍ନିକର ବ୍ୟବହାର କରାଯାଇଛି । ଯାହା ରୋଗୀର ପାଦ ତଳ ଭାଗର ରିୟଲ୍ ଟାଇମ ବିଷୟରେ ଅବଗତ କରାଇଥାଏ । ଦିପ୍ତୀଙ୍କୁ ଏହି ମୋଜା ତିଆରି କରିବା ଆଇଡିଆ ସେତେବେଳେ ଆସିଥିଲା ଯେତେବେଳେ ସେ ଉତ୍ତରପ୍ରଦେଶର ଏକ ଗାଁରେ ରହୁଥିଲେ । ସେତେବେଳେ ତାଙ୍କ ବାପାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ଏବଂ ସେ ଚିକିତ୍ସା ପାଇଁ ସହରକୁ ଯିବାକୁ ମଧ୍ୟ ଅକ୍ଷମ ଥିଲେ ।

ଏହି ମୋଜାର ଆବିଷ୍କାର ଦ୍ୱାରା ଫିଜିଓଥେରାପିଷ୍ଟ୍ କ୍ଷେତ୍ରରେ ବହୁ ସଫଳ ଦେଖାଦେବା କଥା ସେ କହିଛନ୍ତି । ଏହା ରୋଗୀର ଗୋଡରେ ପିନ୍ଧାଯାଏ ଏବଂ ରୋଗୀ ଚାଲିବା ଦ୍ୱାରା ଚାଲିବା ପ୍ରେସର ଗୋଡ ଉପରେ ପଡି ମୋଜାକୁ ଏହାର ସମ୍ପୁର୍ଣ୍ଣ ଜାନକାରୀ ମିଳିଥାଏ ।