ସ୍ମାର୍ଟଫୋନ ଚାର୍ଜ କରିବା ସମୟରେ ଅତ୍ୟଧିକ ଗରମ ହୋଇଯାଉଛି କି ? ତେବେ ଆପଣାନ୍ତୁ ଏହି ଉପାୟ । ମୋବାଇଲ ରହିବ ସୁରକ୍ଷିତ

88

ଆଜିକାଲିର ସ୍ମାର୍ଟ ଫୋନରେ ଦମଦାର ବ୍ୟାଟେରୀ ବ୍ୟବହାର ହେଉଛି, ଯାହାର ଲାଇଫ ଅଧିକ ଥାଏ । ନିକଟରେ କିଛି ବର୍ଷରେ କମ୍ପାନୀଗୁଡିକ ନନ ରିମୁଭେବଲ ବ୍ୟାଟେରୀ ଥିବା ସ୍ମାର୍ଟ ଫୋନ ଲଂଚ କରିଛନ୍ତି କାରଣ ରିମୁଭେବଲ ବ୍ୟାଟେରୀ ଥିବା ସ୍ମାର୍ଟ ଫୋନରେ ସିମ କାର୍ଡ ବା ଏସଡି କାର୍ଡ ଲଗାଇବା ପାଇଁ ବ୍ୟାଟେରୀ ବାହାର କରିବାକୁ ପଡେ । ସ୍ମାର୍ଟଫୋନରୁ ବାରମ୍ବାର ବ୍ୟାଟେରୀ କାଢ଼ିଲେ କଲେ ବ୍ୟାଟେରୀ ଶୀଘ୍ର ଖରାପ ହୋଇଯାଏ ।

ନନ ରିମୁଭେବଲ ବ୍ୟାଟେରୀ ଥିବା ସ୍ମାର୍ଟଫୋନରେ ଆଉ ଏକ ସମସ୍ୟା ଦେଖାଦେଲାଣି । ଆଜିକାଲି ଚାର୍ଜ କରୁଥିବା ସମୟରେ ମୋବାଇଲ ଗରମ ହୋଇଯାଉଛି । ନିକଟରେ ଏମିତି କିଛି ଘଟଣା ସମାନାକୁ ଆସିଛି, ଯେଉଁଠି ଚାର୍ଜ କରୁଥିବା ସମୟରେ ବ୍ୟାଟେରୀ ଗରମ ହୋଇଯାଏ ଓ ସେଥିରେ ନିଆଁ ଲାଗିଯାଏ । ସେଥିପାଇଁ ଆପଣ ମୋବାଇଲ ଚାର୍ଜ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ । ମୋବାଇଲ ଗରମ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଉପାୟ :

ମୋବାଇଲ ଗରମ ହେବାରୁ ରୋକିବା ପାଇଁ ସହଜ ଉପାୟ

• ଆପଣଙ୍କୁ ସବୁବେଳେ ଅସଲି ଚାର୍ଜର ବ୍ୟବହାର କରିବା ଉଚିତ । ଅର୍ଥାତ ଯେଉଁ ଚାର୍ଜରକୁ ମୋବାଇଲ କମ୍ପାନୀ ଆପଣଙ୍କ ମୋବାଇଲ ସହିତ ଦେଇଛି । ସମସ୍ତ ମୋବାଇଲ ବ୍ୟାଟେରୀର ପାୱାର ଭିନ୍ନ ଭିନ୍ନ ଥାଏ । ସେଥିପାଇଁ ଚାର୍ଜରର ଚାର୍ଜ କରିବାର କ୍ଷମତା ମଧ୍ୟ ଭିନ୍ନ ଭିନ୍ନ୍ ଥାଏ । ଯଦି ଆପଣଙ୍କ ଚାର୍ଜର ଖରାପ ହୋଇଯାଇଛି ତାହେଲେ ଆପଣ ଅନଲାଇନ ସପିଙ୍ଗ ସାଇଟରୁ ନିଜ ମୋବାଇଲର ଚାର୍ଜର ଅର୍ଡର କରିପାରିବେ ।

• ଓରିଜିନାଲ ଚାର୍ଜରରେ ବି ମୋବାଇଲ ଗରମ ହେଉଥିଲେ ନିଜ ପରିବାରର କୈାଣସି ସଦସ୍ୟଙ୍କ ମୋବାଇଲ ଚାର୍ଜରରେ ଚାର୍ଜ କରିକି ଚେକ କରିବା ଉଚିତ । ଚାର୍ଜ ସମୟରେ ମୋବାଇଲ ଗରମ ହେଉଥିଲେ ମୋବାଇଲର କଭରକୁ କାଢ଼ିଦେବା ଉଚିତ ।

• ଜରୁରୀ କଲ ଆସୁନଥିବା ସମୟରେ ଆପଣ ମୋବାଇଲକୁ ଏରୋପ୍ଲେନ ମୋଡରେ ରଖି ଦିଅନ୍ତୁ , ଯଦ୍ୱାରା ମୋବାଇଲ ଶୀଘ୍ର ଚାର୍ଜ ହୋଇଯିବ । ସ୍ମାର୍ଟଫୋନକୁ ଅଫ କରି ଚାର୍ଜ କଲେ ମୋବାଇଲ ଶୀଘ୍ର ଚାର୍ଜ ହୋଇଯାଏ ଓ ଗରମ ବି କମ ହୁଏ ।

• ଯଦି ମୋବାଇଲ ଅଧିକ ଗରମ ହେଇଯାଉଛି. ତେବେ ଚାର୍ଜରରୁ ତୁରନ୍ତ ହଟାଇ ଦିଅନ୍ତୁ ଓ ମୋବାଇଲ ଥଣ୍ଡା ହେବା ପରେ ପୁଣି ଥରେ ଚାର୍ଜରେ ବସାନ୍ତୁ । ସବୁଠାରୁ ଜରୁରୀ ସୁଚନା ହେଉଛି ମୋବାଇଲ ଚାର୍ଜ ସମୟରେ ଏମିତି ସ୍ଥାନରେ ରଖନ୍ତୁ ଯାହାର ତାପମାତ୍ରା କମ ରହୁଥିବ । ରାତି ସାରା ମୋବାଇଲ ଚାର୍ଜ କରନ୍ତୁନି, ଶୀଘ୍ର ଖରାପ ହୋଇଯାଏ ।

• ଏସବୁ ଉପାୟ ଅବଲମ୍ବନ କରିବା ପରେ ମଧ୍ୟ ଯଦି ଆପଣଙ୍କ ମୋବାଇଲ ଗରମ ହେଉଛି, ତେବେ ଆପଣଙ୍କ ମୋବାଇଲରେ କିଛି ତ୍ରୁଟି ଥିବ । ଚାର୍ଜ କରିବା ସମୟରେ ଗରମ ହେଉଛି ଯଦି ଗରମ ହେବା ପୂର୍ବରୁ ଚାର୍ଜିଙ୍ଗ ପ୍ଲଗରୁ କାଢ଼ି ଦିଅନ୍ତୁ କାରଣ ମୋବାଇଲ ଗରମ ହେବା ଦ୍ୱାରା ମୋବାଇଲର ହାଡୱେର ଉପରେ ପ୍ରଭାବ ପଡେ ।