ମୋବାଇଲ ଭଳି ବିଜୁଳି ମିଟର କରିବ କାମ ! ରିଚାର୍ଜ କଲେ ଜଳିବ, ସରିଗଲେ କଟିଯିବ ।

141

ଦେଶରେ ବିଜୁଳି ବିଲକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଅନେକ ଥର ଏପରି ଦେଖାଦେଇଛି କି, ଠିକ ସମୟରେ ବିଜୁଳି ବିଲ ପୈଠ କରିନପାରିଲେ ତାପର ମାସରେ ଅଧିକ ଟଙ୍କାର ବିଲ ଆସିଥାଏ । କାରଣ ବିଳମ୍ବରେ ବିଲ ପୈଠ କରିଲେ ଉକ୍ତ ବିଲ ଉପରେ ଫାଇନ ଲାଗିଥାଏ । ତେଣୁ ଯେତେ ଅସୁବିଧାରେ ଥିଲେ ମଧ୍ୟ ଠିକ ସମୟରେ ବିଲ ପୈଠ କରିବାକୁ ଲୋକମାନେ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏବେ ବିଜୁଳି ବିଲର ସମସ୍ୟାକୁ ଆଖିଆଗରେ ରଖି ଏପରି ଏକ ବ୍ୟବସ୍ଥା କରାଯାଉଛି ଯାହାଦ୍ୱାରା ଲୋକମାନଙ୍କୁ ନା’ତ ବିଳମ୍ବରେ ବିଲ ଭରିବାର ଭୟ ଥିବ, ନା’ତ ବିଦ୍ୟୁତ କାଟ ହେବାର ଡର । ଏହି ସୁବିଧା ଧିରେ ଧିରେ ସାରା ଦେଶରେ ଲାଗୁ ହେବାକୁ ଯାଉଛି ।

ଯେ ପର୍ଯ୍ୟନ୍ତ ରିଚାର୍ଜ କରିବେ ସେ ପର୍ଯ୍ୟନ୍ତ ରହିବ କରେଣ୍ଟ

ଏହି ସୁବିଧା ଅନୁଯାୟୀ, ଗ୍ରାହକ ମାନଙ୍କୁ ତାଙ୍କ ମୋବାଇଲ ବିଲ ରିଚାର୍ଜ କରିଲା ଭଳି ଘରେ ଲାଗିଥିବା କରେଣ୍ଟ ମିଟରକୁ ମଧ୍ୟ ରିଚାର୍ଜ କରିବାକୁ ପଡିବ । ରିଚାର୍ଜ କରାଯାଇଥିବା ଟଙ୍କା ଅନୁଯାଇ ବିଜୁଳି ଘରେ ରହିବ । ରିଚାର୍ଜ ବୈଧତା ସମାପ୍ତ ହୋଇଗଲେ ଆପେ ଆପେ କରେଣ୍ଟ ମଧ୍ୟ ଚାଲିଯିବ । ଏହି ସୁବିଧା ଲାଗୁ ହେବା ପରେ ଲୋକଙ୍କ ସମୟ ବଞ୍ଚିବା ସହିତ ଚିନ୍ତା ମଧ୍ୟ ଦୁର ହୋଇଯିବ ।

ସ୍ମାର୍ଟ ମିଟର ଲଗାଇବାର ଯୋଜନା

ସରକାର ଏବେ ପ୍ରତିଟି ଘରକୁ ବିଜୁଳିର ସୁବିଧା ଯୋଗାଇଦେବା ସହିତ ପ୍ରତିଟି ଘରେ ସ୍ମାର୍ଟ ମିଟର ଲଗାଇବାର ପ୍ରବନ୍ଧନ ଆରମ୍ଭ କରିଛନ୍ତି । ୨୦୧୯ ମସିହା ସୁଦ୍ଧା ପ୍ରତିଟି ଘରେ ବିଜୁଳି ପହଞ୍ଚାଇବା ପାଇଁ ସରକାର ଲକ୍ଷ ରଖିଛନ୍ତି । କିନ୍ତୁ ସ୍ମାର୍ଟ ମିଟର ଯେଗାଇଦେବାର ଲକ୍ଷ ୨୦୨୧ ମସିହା ପର୍ଯ୍ୟନ୍ତ ରଖାଯାଇଛି ।

ମୋବାଇଲ ସିମ ଭଳି ରିଚାର୍ଜ ହେବ ମିଟର

ମୋବାଇଲ ରିଚାର୍ଜ କରିଲା ଭଳି ସ୍ମାର୍ଟ ମିଟରକୁ ମଧ୍ୟ ରିଚାର୍ଜ କରାଯିବ । ଏହାଦ୍ୱାରା ଗ୍ରାହକ ମାନଙ୍କୁ ବିଜୁଳି ବିଲ ଭରିବା ପାଇଁ ଲାଇନରେ ଛିଡା ହୋବାକୁ ପଡିବ ନାହିଁ । ରିଚାର୍ଜ କରାଯାଇଥିବା ଟଙ୍କାର ବୈଧତା ଯେତେ ଦିନ ଯାଏ ଥିବ ସେତେ ଦିନ ଯାଏ ଘରେ ବିଜୁଳି ପ୍ରବାହିତ ହେଉଥିବ । ବୈଧତା ସରିବା ମାତ୍ରେ ଘରୁ ବିଜୁଳି କାଟ ହୋଇଯିବ । ଏହାଦ୍ୱାରା ଗ୍ରାହକ ମାନଙ୍କୁ କରେଣ୍ଟ ବିଲ ପାଇଁ ଫାଇନ ଦେବାକୁ ପଡିବ ନାହିଁ । କେବଳ ସେତିକି ନୁହେଁ ସ୍ମାର୍ଟ ମିଟର ଦ୍ୱାରା ଗ୍ରାହକ ମାନଙ୍କୁ ନିୟମିତ ବିଜୁଳି ମିଳୁଛି କି ନାହିଁ ତା ଉପରେ ମଧ୍ୟ ନଜର ରଖାଯାଇ ପାରିବ ।

ବିଜୁଳି କଟିଲେ ସିଗନାଲ ପଠାଇବ ସ୍ମାର୍ଟ ମିଟର

ଏବେ ଭୋଲଟେଜ କମ ହେଲେ କିମ୍ବା ବିଦ୍ୟୁତ କାଟ ହେଲେ ଗ୍ରାହକ ମାନଙ୍କୁ ଅଭିଯୋଗ କରିବା ପାଇଁ କାର୍ଯ୍ୟାଳୟ ଯିବାକୁ ପଡିବ ନାହିଁ । ଏହି କାମ ଏବେ ଘରେ ଲାଗିଥିବା ସ୍ମାର୍ଟ ମିଟର କରିଦେବ । ସ୍ମାର୍ଟ ମିଟର କରେଣ୍ଟ କଟିବା ମାତ୍ରେ ସିଧାସଳଖ ରିମୋର୍ଟ କଣ୍ଟ୍ରୋଲ ସେଣ୍ଟରକୁ ସିଗନାଲ ପଠାଇବ । କଣ୍ଟ୍ରୋଲ ରୁମରେ ଥିବା ଟେକ୍ନିସିୟାନ ଖରାବ ହୋଇଯାଇଥିବା ଜିନିଷକୁ ଠିକ କରିବା ପାଇଁ ଘରେ ପହଞ୍ଚିଯିବ । ଏହି ସ୍ମାର୍ଟ ମିଟର ଦ୍ୱାରା ଅନ୍ୟ ରାଜ୍ୟର ଗ୍ରାହକ ମାନେ ବେସ ଉପକୃତ ହେଉଛନ୍ତି । ତେଣୁ ଆଶା କରାଯାଉଛି ଏହି ସ୍ମାର୍ଟ ମିଟର ସୁବିଧା ସାରା ଦେଶର ଗ୍ରାହକ ମାନଙ୍କ ପାଇଁ ବେସ ଉପଯୋଗୀ ହୋଇପାରିବ ।