ଦୁର୍ଘଟଣା ରୋକିବ ସ୍ମାର୍ଟ ହେଲମେଟ୍ ! ଦୁର୍ଘଟଣା ହେଲ ଆମ୍ବୁଲାନ୍ସକୁ ଦେବ ସୂଚନା

101

ଆମ ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି । ସଚେତନତା ବାର୍ତ୍ତା କିଛି କାମ ଦେଉଛି । କାରଣ ଲୋକମାନେ ହିଁ ନିଜେ ସଚେତନ ହେବାକୁ ଚାହୁଁନାହନ୍ତି । ପ୍ରତିଦିନ ଶହ ଶହ ସଡ଼କ ଦୁର୍ଘଟଣା ଖବର ଶୁଣିବା ପାଇଁ ମିଳୁଛି । ଏଥିଯୋଗୁଁ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି । ଦ୍ରୁତ ଗତି ମହା ବିପତ୍ତି, ସଡ଼କ ସୁରକ୍ଷା ଜୀବନ ରକ୍ଷା ଆଦି ସ୍ଲୋଗାନ ପୁରୁଣା ହେଲାଣି । ରାସ୍ତା ନିରାପତ୍ତା ପାଇଁ ସରକାର ଓ ବେସରକାରୀ ସଂଗଠନ ବ୍ୟାପକ ସଚେତନତା ସୃଷ୍ଟି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଫଳ ଶୁନ ।

ଦେଶରେ ଥମୁନି ଦୁର୍ଘଟଣା । ଟ୍ରାଫିକ ନିୟମ ଭାଙ୍ଗିବା ଓ ହେଲମେଟ୍ ବ୍ୟବହାର କରିବା ଚାଳକଙ୍କ ପାଇଁ ଯେପରି ଗର୍ବର ବିଷୟ । ଆଉ ଏଥିପାଇଁ ହିଁ ଅଧିକ ଦୁର୍ଘଟଣା ଘଟୁଛି । ପ୍ରତିବର୍ଷ ହଜାର ହଜାର ଲୋକେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ତେବେ ଏପରିସ୍ଥଳେ ପାକିସ୍ତାନର ଷ୍ଟାଟଅପ୍ ଏକ ସ୍ମାର୍ଟ ହେଲମେଟ୍ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସ୍ମାର୍ଟ ହେଲମେଟର ନାମ ରଖାଯାଇଛି ହେଲି । ସ୍ମାର୍ଟ ହେଲମେଟ ହେଲି ଦେଖିବା ପରି ବିଲକୁଲ ସାଧାରଣ ହେଲମେଟ୍ ପରି । କିନ୍ତୁ ଏଥିରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଅନେକ ଯନ୍ତ୍ର ଖଞ୍ଜା ଯାଇଛି ।

ଏହି ହେଲମେଟରେ ଏକ ସ୍ପିକର, ମାଇକ୍ରୋଫୋନ୍, ଫୋନ କଲକୁ ସ୍ଥାନାନ୍ତର କରିବା ପାଇଁ ଏକ ବ୍ଲୁଟୁଥ୍ ରିସିଭର, ଜିପିଏସ୍ ଟ୍ରାକର ଏବଂ ହୃଦୟର ସ୍ପନ୍ଦର ମାପିବା ପାଇଁ ଏକ ମନିଟର ମଧ୍ୟ ଲଗାଯାଇଛି । ହେଲମେଟ ‘ହେଲି’ର ସବୁଠାରୁ ଖାସ କଥା ହେଲା ଦୁର୍ଘଟଣା ହେବା ସ୍ଥିତିରେ ହେଲମେଟ୍ ଜିପିଏସ୍ ଟ୍ରାକର ସାହଯ୍ୟରେ ନିଜେ ଆମ୍ବୁଲାନ୍ସକୁ କଲ କର ସାହାଯ୍ୟ ମାଗିବ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ସବୁ ସୁବିଧା ପାଇଁ ଦରକାର ନାହିଁ ଇଂଟରନେଟ୍ କନେକ୍ସନ୍ । ଏହି ସବୁ କାମ ଆପଣଙ୍କ ପୋନ ଦ୍ୱାରା ହିଁ ସମ୍ଭବ । ହେଲମେଟରେ ଲାଗିଚି ଏକ ହେଡ଼୍ ମାଉଂଟ କ୍ୟାମେରା । ଦୁଇ ଚକିଆ ଯାନ ଚାଲିଲାବେଳେ ଏହି କ୍ୟାମରୋ ସବୁ ରେକର୍ଡ଼ କରିବ । ତେବେ ଏହା ପ୍ରଥମ ନୁହେଁ ଆଗରୁ ମଧ୍ୟ ତିଆରି ହୋଇଛି ସ୍ମାର୍ଟ ହେଲେମେଟ୍ ।

ଏହା ପୂର୍ବରୁ ୨୦୧୩ରେ ଏକ ସ୍ମାର୍ଟ ହଲେମେଟ୍ ଉପସ୍ଥାପନ ହୋଇଥିଲା । ଯାହା ଠିକ ଏହିପରି କାମ କରିପାରିବା ପାଇଁ ସକ୍ଷମ ଥିଲା । କିନ୍ତୁ ଉକ୍ତ ହେଲମେଟର ମୂଲ୍ୟ ଥିିଲା ୬୦ ହଜାର । ଅଧିକ ମୂଲ୍ୟ ଯୋଗୁଁ ସମସ୍ତେ ଏହାକୁ ବ୍ୟବହାର କରିବା ପାଇଁ ସକ୍ଷମ ନଥିଲେ । ଅଧିକ ମୂଲ୍ୟ ହେତୁ ଚାଲିଲା ନାହିଁ ସ୍ମାର୍ଟ ହେଲମେଟ୍ । କିନ୍ତୁ ହେଲିର ମୂଲ୍ୟ ରହିଛି ମାତ୍ର ୩,୦୦୦ରୁ ୬୦୦୦ ରହିଛି । ଯାହାଦ୍ୱାରା ଲୋକେ କିଣିପାରିବେ ତଥା ଦୁର୍ଘଟଣା ମଧ୍ୟ କିଛିକାଂଶରେ କମ ହେବ ବୋଲି ଆଶା କରାଯାଉଛି ।